csstore

ଗଞ୍ଜାମ ଜୀବନ ଜୀବିକା ହୁମ୍ମା ଲବଣ ଚାଷ ଜମିକୁ ପୁଣି କାର୍ଯ୍ୟକ୍ଷମ ପାଇଁ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆ ଗଡ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠରେ ହୁମ୍ମା ଅଞ୍ଚଳର ଲବଣ ଶ୍ରମିକ ମାନଙ୍କ ଏକ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଭାବେ ଏହି ବୈଠକରେ ବନ୍ଦ ରହିଥିବା ଲୁଣ ଚାଷ ଜମିକୁ ପୁଣି କାର୍ଯ୍ୟକ୍ଷମ କରାଯାଉ ଏବଂ ଲୁଣ ଉତ୍ପାଦନ ପାଇଁ ଚାଷୀଙ୍କୁ ଦିଆଯାଉ । ଲୁଣ ଜମିରେ କୌଣସି କମ୍ପାନୀ କରିବାକୁ ଦିଆଯିବ ନାହିଁ ବୋଲି ଚାଷୀମାନେ ବୈଠକରେ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ପରବର୍ତ୍ତୀ ବୈଠକ କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରିଯିବା ନେଇ ନିଷ୍ପତି ହୋଇଥିଲା । ଏହି ବୈଠକରେ ବିଭିନ୍ନ ଗ୍ରାମ ନୀଳାଦ୍ରି ପୁର, କଣ୍ଟିଆ ଗଡ଼, ଖଟୁଆ କୁଦା, ମୟୂର ପଦା, ଗୋଖର କୁଦା, ଲକ୍ଷ୍ମୀପୁର, ହୁମ୍ମା, ଲବଣ ଚାଷୀମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ରେଡ୍ଡି, ଶିବ ରାମ ରେଡ୍ଡି, ମୁକୁନ୍ଦ ରେଡ୍ଡି, ହରି ରେଡ୍ଡି, ସୁରେନ୍ଦ୍ର ସାହୁ, ତ୍ରିଲୋଚନ ପ୍ରଧାନ, ଭିକାରି ଛଟେଇ, ପବିତ୍ର ସ୍ୱାଇଁ, ରଂଜିତ ପଲାଇ, କାଶୀ ନାଥ ପଲାଇ, ବୃନ୍ଦାବନ ପ୍ରଧାନ, ବିପ୍ର ସାହୁ, ସୁର ସାହୁ, ଗଙ୍ଗାଧର ରେଡ୍ଡି, ଦିବାକର ରେଡ୍ଡି ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.