ତୁଳଣ୍ଡି ଗ୍ରାମ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ, ମିର୍ଦ୍ଧାପାଲି ପଂଚାୟତ ଅନ୍ତର୍ଗତ ତୁଳଣ୍ଡି ଗ୍ରାମକୁ ପରିଦର୍ଶନରେ ଯାଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର । ପାନୀୟ ଜଳର ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅବଗତ କରାଇବାରୁ ଗ୍ରାମ୍ୟ ପରିମଳ ଏବଂ ଜଳଯୋଗାଣର ଯନ୍ତ୍ରୀଙ୍କ ସହ ଆଲୋଚନା କରିବାରୁ ୧୦ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବା ପାଇଁ ଉପସ୍ଥିତ ଯନ୍ତ୍ରୀ ଜଣାଇଥିଲେ । ସୁକତେଲ ବ୍ୟାରେଜରେ ପାଣି ଅଧିକ ଜମିଗଲେ ଉପରମୁଣ୍ଡରେ ଥିବା ଜମି ଜଳମଗ୍ନ ହୋଇଯାଉଥିବା ଶୁଣି ଆବଶ୍ୟକ ଗେଟ ନିର୍ମାଣ କରିବା ପାଇଁ ଚାଷୀମାନେ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ଘର ଗ୍ରାମସଭା ମାଧ୍ୟମରେ ଚୟନ କରି ତୁରନ୍ତ ପ୍ରଶାସନ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ମିଶ୍ର ଉପସ୍ଥିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପରିଦର୍ଶନରେ ଶ୍ରୀ ମିଶ୍ରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ରାଜ୍ୟ କିଶାନ କଂଗ୍ରେସ ସଂଯୋଜକ ସାନନ୍ଦ ମିଶ୍ର ପ୍ରମୁଖ ସାମିଲ ଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ନିମାଇଁ ମିଶ୍ର, ବଳରାମ ମିଶ୍ର, ଉଦୟନାଥ ମିଶ୍ର, ରାଧାକାନ୍ତ ବାଗ, ବିରେନ୍ଦ୍ର ବଘାର, ରମେଶ ମିଶ୍ର, ପରକ୍ଷିତ ମିଶ୍ର, ଜଗନ୍ନାଥ ତ୍ରିପାଠୀଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.