csstore

ମୁକ୍ତି ସାମାଜିକ ସଂଗଠନ ପକ୍ଷରୁ ବସ୍ତ୍ର ଓ ଚପଲ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ୟତମ ସାମାଜିକ ସଂଗଠନ ‘ମୁକ୍ତି’ ତରଫରୁ ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ପୁରୁଣା ବସ୍ତ୍ର ଓ ନୂଆ ଚପଲ ବଣ୍ଟନ କରାଯାଇଥିଲା । ସାମାଜିକ ସଂଗଠନ ତରଫରୁ ବର୍ଷା ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା ବିଭିନ୍ନ ପର୍ବପର୍ବାଣୀରେ ପ୍ରସାଦ ବଣ୍ଟନ ଏବଂ ଡାକ୍ତରଖାନାରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଆଜି ଠାରୁ ପ୍ରତ୍ୟେକ ରବିବାର ଦିନ ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ନୂତନ ଚପଲ ଏବଂ ପୁରୁଣା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ସମାଜସେବା କାର୍ଯ୍ୟକ୍ରମରେ ସଂଗଠନ ତତ୍ପର ହୋଇ କାର୍ଯ୍ୟକ୍ରମ କରିବ ବୋଲି ଉପଦେଷ୍ଟା ବୁଲୁ ଦାନୀ ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଉପଦେଷ୍ଟା ଜୁଲୁ ପଟ୍ଟନାୟକ, ସାନନ୍ଦ ମିଶ୍ର, ଚିନ୍ମୟ ବେହେରା, ସୋହନ ନାଏକ, ସତ୍ୟମ ସାହୁ, ଆଶୁତୋଷ ମିଶ୍ର, ଆବ୍ରାହମ ନାଗ, ଲିପୁନ ପ୍ରଧାନ, ସମୀର କୁମ୍ଭାର, ଜ୍ୟୋତି ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.