ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ଜବତ

ନୂଆପଡା : ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଅବକାରୀ ବିଭାଗକୁ ବଡ ସଫଳତା । ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖଡ଼ିଆଳ ଥାନା ଡୁଆଝର ଗାଁର ଜଣେ ବ୍ୟକ୍ତି କୋମନା ପଟୁ ନିଜ ବାଇକରେ କୋରେକ୍ସ ଧରି ଆସୁଥିବା ବେଳେ ଖଡ଼ିଆଳ ଅବକାରୀ ବିଭାଗ ଚଢ଼ାଉ କରି ତାଙ୍କ ଠାରୁ ୧୪୫ ବୋତଲ କୋରେକ୍ସ୍ କଫ ସିରଫ ଜବତ୍ କରିବାରେ ସଫଳ ହୋଇଛି । ଏହି ୧୪୫ ବୋତଲ କଫ୍ ସିରପ୍ ମୋଟ ୧୪ ଲିଟର ୫୦୦ ମିଲି ଗ୍ରାମ ହେବ ବୋଲି ଖଡ଼ିଆଳ ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଖଡ଼ିଆଳ ଅବକାରୀ ଅଧିକାରୀ ଅଲେଖ ପୁଟେଲ, ସଂଘମିତ୍ରା ପ୍ରଧାନ ଉପସ୍ଥିତ ଥିଲେ । ଏନେଇ ଖଡ଼ିଆଳ ଅବକାରୀ ବିଭାଗ ୨୦୯/୨୫-୨୬ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୁଚନା ଦେଇଥିଲେ ।

Leave A Reply

Your email address will not be published.