csstore

ବଲାଙ୍ଗିର ଦିନ ଉଧେ ହୁଲାହୁଲି, ଶଙ୍ଖ ଫୁକା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମଲେଇ ମନ୍ଦିର ଠାରେ ବଲାଙ୍ଗିର ସମଲେଇ ମନ୍ଦିର ଆଳତି କମିଟି ପକ୍ଷୁଂ ହୁଲାହୁଲି ଓ ଶଙ୍ଖ ଫୁକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ହୁଲାହୁଲିରେ ୨୫ ଜଣ ପ୍ରତିଯୋଗୀ ଓ ଶଙ୍ଖ ଫୁକାରେ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ ସମଲେଇ ମନ୍ଦିର ମୁଖ୍ୟ ପୂଜକ ଅକ୍ଷୟ ଦିସ୍ରୀ ଓ ମାହେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଦୁର୍ଗା ଚରଣ ମହାକୁର ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଲିକା ସାହୁ, ଗୋପାଳଜୀ ପାଣିଗ୍ରାହୀ, ଲୋଟସ ଷଡ଼ଙ୍ଗୀ, ବିଧୁ ଭୂଷଣ ତ୍ରିପାଠୀ, ଗୋପାଳ ପ୍ରଧାନ, ପ୍ରତାପ ରଥ, ସଙ୍ଗୀତା ଦାସ, ବିନୋଦ କାଲସାଏ, ସୋମନାଥ ମିଶ୍ର ଅତିଥି ଭାବରେ ଉପସ୍ଥିତ ଥିଲେ । ଅଷ୍ଟମୀ ନାଗ, ପୂଜା ସାହୁ, ମାନସୀ ନନ୍ଦ, ସଦାନନ୍ଦ ପାତ୍ର, ହରିଓମ ପଟେଲ, ମୁକେଶ ଭୋଇ, ଓମନାଥ ମିଶ୍ର, ସିଲୁ ସାଗର, କରନ ତାଣ୍ଡି, ଦେବବ୍ରତ ଦୀପ, ଶିବୁ ପାତ୍ର, ଆର୍ଶୀବାଦ ସାହାଣୀ, ସୁମିତ ସେଟ୍, ଓମ୍ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଳତି କମିଟିର ସଭାପତି ବିକାଶ ସା ପରିଚାଳନା କରୁଥିଲେ ।

jayashree
Leave A Reply

Your email address will not be published.