ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାରେ ଅବସ୍ତିତ ବାବା ବଟେଶ୍ଵର ଶୈବ ପୀଠ ସବୁପୀଠ ଠାରୁ ଅନ୍ୟତମ ମନ୍ଦିରର କାରୁକାର୍ଯ୍ୟ, ଦକ୍ଷିଣରେ ବଙ୍ଗୋପସାଗର, ପଶ୍ଚିମରେ ଜଙ୍ଗଲ, ଯୋଗୁଁ ବଟେଶ୍ୱର ପୀଠକୁ ପର୍ଯ୍ୟଟକଙ୍କ ଭିଡ ପ୍ରବଳ ହୋଇଥାଏ । ବିଶେଷକରି କାର୍ତ୍ତିକ ମାସ ସୋମବାର ପୂର୍ଣ୍ଣମୀରେ ଯାତ୍ରା ପାଇଁ ପ୍ରବଳ ଭିଡ ହୋଇଥାଏ । ସେହି ଭିଡକୁ ଦୃଷ୍ଟିରେ ରଖି ସଙ୍କୋଚନ ରାସ୍ତା ପ୍ରସାରଣ କରିବାପାଇଁ ବାରମ୍ବାର ପୀଠର କମିଟି ପ୍ରଶାସନଙ୍କୁ ଗୁହାରି କଲାପରେ ମଧ୍ୟ କୌଣସି ସଫଳ ହୋଇନଥିଲା । ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟି ପକ୍ଷରୁ ୬ ଖଣ୍ଡ ଗ୍ରାମର ସହାୟତାରେ ଏକ ୪୦ ଫୁଟ ଚଉଡା ରାସ୍ତା କଣ୍ଟିଆଗଡ ଶ୍ମଶାନଠାରୁ ପାର୍କିଂ ସ୍ଥଳ ପର୍ଯ୍ୟନ୍ତ କରାଗଲା । ଯାହା ଫଳରେ ଆସୁଥିବା ଭକ୍ତମାନେ ନୂତନ ରାସ୍ତାରେ ମନ୍ଦିରରକୁ ଯିବେ ଏବଂ ପୁରୁଣା ରାସ୍ତାରେ ଦର୍ଶନ ସାରି ଫେରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଏହାକୁ ନେଇ ପୂର୍ଵରୁ ଯେଉଁ ଅସୁବିଧା ସୃଷ୍ଟି ହେଉଥିଲା ଟ୍ରାଫିକ ପାଇଁ ତାହା ଆଉ ହେବ ନାହିଁ । ନୂତନ ରାସ୍ତାକୁ ଆସୁଥିବା ଭକ୍ତଙ୍କ ମଧ୍ୟ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏହି ରାସ୍ତା ପାଇଁ କଣ୍ଟିଆଗଡ, ନୀଳାଦ୍ରିପୁର, ଖଟୁଆ କୁଦା, ମୟୂର ପଦା, ପୋଡମା ପେଟା, ଗୋଖର କୁଦା ଗ୍ରାମବାସୀଙ୍କ ସହଯୋଗରେ ହୋଇଛି ।