ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ

• ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନ ଆହ୍ୱାନ
• ବର୍ଷ ଜାନୁଆରୀ ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ

ଭୁବନେଶ୍ୱର, (ପିଆଇବି) : ୨୦୨୬-୨୭ ଶିକ୍ଷା ବର୍ଷ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ୧୦ ଅକ୍ଟୋବର ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ୩୦ ଅକ୍ଟୋବର ଧାର୍ଯ୍ୟ କରାଯାଇଥିବା ବେଳେ ୨ ନଭେମ୍ବରରୁ ୪ ନଭେମ୍ବର ମଧ୍ୟରେ ଆବେଦନ ସଂଶୋଧନ କରାଯାଇପାରିବ । ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଶୁଳ୍କ ଆସନ୍ତା ୩୧ ଅକ୍ଟୋବର ସୁଦ୍ଧା ଜମା କରାଯିବା ଆବଶ୍ୟକ । ସାଧାରଣ, ଓବିସି, ପ୍ରତିରକ୍ଷା କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ୮୫୦ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାଜି ପିଲାଙ୍କ ନିମନ୍ତେ ୭୦୦ ଟଙ୍କା ପରୀକ୍ଷା ଶୁଳ୍କ ଧାର୍ଯ୍ୟ କରାଯାଇଛି । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ଆସନ୍ତା ବର୍ଷ ଜାନୁଆରୀ ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ଏବଂ ପରୀକ୍ଷାର ତାରିଖ ଓ ଆଡମିଟ କାର୍ଡ ଡାଉନଲୋଡ୍ ସମ୍ପର୍କରେ ଏନଟିଏ ୱେବସାଇଟରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ । ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ କରାଯିବ । ଭାଷା, ଗଣିତ, ବୌଦ୍ଧିକ ଜ୍ଞାନ, ସାଧାରଣ ଜ୍ଞାନ ଆଦି ଚାରୋଟି ବିଷୟକୁ ନେଇ ମୋଟ୍ ୩୦୦ ନମ୍ବରର ପରୀକ୍ଷା ହେବ । ଓଡ଼ିଶାର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ । ଚଳିତ ବର୍ଷ ଭୁବନେଶ୍ୱର ସୈନିକ ସ୍କୁଲରେ ୮୦ ଜଣ ପୁଅ ଏବଂ ୧୦ ଜଣ ଝିଅଙ୍କୁ ମିଶାଇ ମୋଟ୍ ୯୦ଟି ଆସନରେ ନାମଲେଖା ହେବ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଓ ଅଭିଭାବକମାନେ ଏନଟିଏ ୱେବସାଇଟ୍:https://exams.nta.nic.in/sainik-school-society/ ଏବଂ https://nta.ac.in/ ଆବେଦନ କରିପାରିବେ । ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ୧ ଏପ୍ରିଲ ୨୦୧୪ରୁ ୩୧ ମାର୍ଚ୍ଚ ୨୦୧୬ ମଧ୍ୟରେ ଜନ୍ମ ନେଇଥିବା ଉଚିତ୍ । ଏଠାରେ ପାଠପଢ଼ାର ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଭାରତ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି । ଏନଡିଏ ଏବଂ ଆଇଏନଏରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କାର ଏକକାଳୀନ ପ୍ରୋତ୍ସାହନ ରାଶି ମିଳିବ । ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିଥିବା ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ସୁଦ୍ଧା ସେନାବାହିନୀରେ ଯୋଗ ଦେଇସାରିଛନ୍ତି ।

Leave A Reply

Your email address will not be published.