ଚନ୍ଦନଭାଟି ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମିର୍ଦ୍ଧାପାଲିରେ ଆଜି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେଇଯାଇଛି । ଏଥିରେ ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବଲାଙ୍ଗିରର ଉନ୍ନତି ପାଇଁ ନିଜ ଜୀବନକୁ ଉସର୍ଗିକୃତ କରିଥିବା ସମାଜସେବୀ ଗୋପାଳ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବଲାଙ୍ଗିର ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମିର୍ଦ୍ଧାପାଲିର ପ୍ରଧାନ ଶିକ୍ଷକ ସରୋଜ କୁମାର ନାୟକ ସଭାପତିତ୍ବ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ, ସି.ଆର୍.ସି.ସି. ବେଣୁଧର ମାଝୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବଲ ନାଏକ ମଞ୍ଚାସୀନ ଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ବିଚାରକ ଭାବେ ଯୋଗ ଦେଇ ଶିଶୁ ମାନଙ୍କର ପ୍ରତିଭାକୁ ଚିହ୍ନଟ କରିଥିଲେ । ଆଜିର ସାଂସ୍କୃତିକ କାର୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା । ଏଥିରେ ସୁରଜ୍ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଏବଂ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଠେଠୁଆଲ୍ ବିଚାରକ ଭାବେ ଯୋଗ ଦେଇଥିଲେ । ଶ୍ରୀମତୀ ବି. ଜସ୍ମିନ ଜଲି ଏବଂ ସୂର୍ୟ୍ୟକାନ୍ତ ବରାଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଦୀପ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ମିର୍ଦ୍ଧାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ, ମିର୍ଦ୍ଧାପାଲି ଗ୍ରାମର ଗ୍ରାମବାସୀ ବୃନ୍ଦ ସୁରଭି କାର୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗର ହାତ ବଢ଼ାଇଥିଲେ ।

Leave A Reply

Your email address will not be published.