csstore

ବୋଲେରୋକୁ ଧକ୍କା ଦେଲା କାର ଗୁରୁତରଙ୍କୁ ବଲାଙ୍ଗିର ସ୍ଥାନାନ୍ତର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳ ୮ଟା ୩୦ ସମୟରେ ସଇଁତଲା ନବୀନ ଛକଠାରେ ଟିଟିଲାଗଡ ପଟୁ ସମାଜସେବୀ ହିଫ୍‌ଯୁଲ ରେହମାନ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ଟିଟିଲାଗଡରୁ ବାହାରି ବଲାଙ୍ଗିର ପଟେ ଯାଉଥିବା ବେଳେ ସଇଁତଳା ବ୍ଲକ ନବୀନ ଛକଠାରେ ଡିଯାୟାର କାର ନମ୍ବର ଓଡ଼ି ୧୬ ଏଚ ୬୯୬୧ ବିଶିଷ୍ଟ ଗାଡ଼ି ସାମ୍ନା ପଟୁ ଧକ୍କା ଦେବାରୁ ବୋଲେରୋ ଭିତରେ ବସିଥିବା ହିଫଯୁଲ୍ ରେହେମାନ ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ମୁହଁରେ ଜୋର୍ ଆଘାତ ଲାଗିଥିଲା । ସଇଁତଲା ମେଡିକାଲରେ ଦେଖାଇବା ପରେ ତାଙ୍କୁ ବଲାଙ୍ଗିରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ତେବେ କାର ଚାଳକ ଘୁମେଇ ପଡ଼ିବାରୁ ପ୍ରଥମେ ଚକାଡୋଳା ବସକୁ ଧକ୍କା ଦେବାପରେ ସାଇଡରେ ଯାଉଥିବା ହିଫଯୁଲ୍ ରେହେମାନଙ୍କ ବୋଲେରୋକୁ ଏତେ ଜୋରରେ ସାମ୍ନା ପଟୁ ବାଡେଇଲା ଯେ, ବୋଲେରୋର ସାମ୍ନା କାଚ ତଳେ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଘଟଣା ସ୍ଥଳକୁ ସଇଁତଳା ପୋଲିସ ପହଞ୍ଚି ଗାଡ଼ିକୁ ରାସ୍ତାକଡକୁ ନେଉଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହିଫଜୁଲଙ୍କ ପରିବାର ।

jayashree
Leave A Reply

Your email address will not be published.