ଏସପି ପଦ୍ମିନୀ ସାହୁ ମହିଳା କରୋନା ଯୋଦ୍ଧା ଭାବେ ସମ୍ମାନିତ

ବରଗଡ଼ (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଏସପି ପଦ୍ମିନୀ ସାହୁ କୋଭିଡ-୧୯ ସମୟରେ ଜିଲ୍ଲା ପୋଲିସକୁ ସୁପରିଚାଳନା କରିଥିବା ଯୋଗୁଁ ଜାତୀୟ ମହିଳା କମିଶନ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିଲେ । କୋଭିଡ ପକ୍ଷରୁ ଜିଲ୍ଲାରେ ସମସ୍ତ ପ୍ରକାର ବ୍ୟବସ୍ଥାକୁ ସୁଚାରୁରୂପେ ସମ୍ପାଦନା କରିବାରେ ସିଦ୍ଧହସ୍ତ ହୋଇ ପାରିଥିଲେ । ଏଥିପାଇଁ ଜାତୀୟ ମହିଳା କମିଶନ ପକ୍ଷରୁ ସ୍ବତନ୍ତ୍ର ଭାବେ କୋଭିଡ ମହିଳା ରିଏଲ ହିରୋ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.