jsm

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ କାଶୀନାଥ ନନ୍ଦୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଗାଳ୍ପିକ ସଞ୍ଜୀବ ଭୋଇ ବିଶ୍ୱ ଜୀବନରେ ଜଗନ୍ନାଥଙ୍କ ମାନବୀୟ ଲୀଳା ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଶ୍ରୀଜଗନ୍ନାଥ ଏକମାତ୍ର ଠାକୁର ଯାହାର ବିଗ୍ରହ କାଠରେ ତିଆରି, ତାଙ୍କ ଫୁଲମାଳରେ ଗଣ୍ଠି ପଡ଼େନାହିଁ, ଭାଇଭଉଣୀଙ୍କ ସହ ପୂଜା ପାଆନ୍ତି ଓ ସବୁବେଳେ ହସୁଥାନ୍ତି, ଭକ୍ତକୁ ଦେଖିବାକୁ ରାସ୍ତାକୁ ଓହ୍ଲାଇ ଆସନ୍ତି, ତାଙ୍କର ଦୈନନ୍ଦିନ ଜୀବନୀ ଶବର ସଂସ୍କୃତିରୁ ଆସିଛି । ଏହା ସହ ବିଭିନ୍ନ ଭକ୍ତ, ବିଭିନ୍ନ ବେଶ, ମହାପ୍ରସାଦ, ତାଙ୍କ ସହ ମଣିଷର ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପୁଷ୍ପାଞ୍ଜଳି ପଟେଲ କ୍ଷୁଦ୍ରଗଳ୍ପ ପାଠ କରିଥିଲାବେଳେ କବି ବିଜୟ ରାୟ, ବ୍ରଜେନ୍ଦ୍ର ଦାଶ, ପରେଶ ବିଶ୍ୱାଳ, ମୀନକେତନ ପଶାୟତ, ତ୍ରିନାଥ ସିଂହ, ରଶ୍ମି ସାହୁ, ସୁନିଲ ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ପଠିତ ଗଳ୍ପ ଓ କବିତା ଗୁଡ଼ିକର ସମୀକ୍ଷା କରିଥିଲେ । ଶେଷରେ ଗୋପବନ୍ଧୁ ପାଠାଗାରର ସମ୍ପାଦକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜୀବ ପାଣି, ଅଜୟ ମହାନ୍ତି, ପ୍ରତାପ ପଣ୍ଡା, କୁଞ୍ଜବିହାରୀ ରାଉତ, ଅଙ୍କିତ ରାଉତ, ତ୍ରିଲୋଚନ ସ୍ୱାଇଁ, ରବିନ୍ଦ୍ର ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ପଟ୍ଟନାୟକ, ଗିରିଜା ଶଙ୍କର ଗୋସ୍ୱାମୀ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ପୁରୁଷୋତ୍ତମ ବେହେରା, ପ୍ରତିମାବାଳା ମିଶ୍ର, ଶର୍ମିଷ୍ଠା କବିଶତପଥୀ, ସୁଚିତ୍ରା ଲେଙ୍କା, ଅଶୋକ ପଟ୍ଟନାୟକ, ଶରତ ମହାନ୍ତି, ଆଲୋକ ବୋଷ, ରମାକାନ୍ତ ଷଡ଼ଙ୍ଗୀ, ସୁଶାନ୍ତ ପାଣି, ପ୍ରବୋଧଚନ୍ଦ୍ର ଜେନା, ଗୌତମ ଦାସ, ଅତୁଲ୍ୟ ମହାକୁଡ, ଶଙ୍କର ପ୍ରସାଦ ତ୍ରିପାଠୀ, ନୃସିଂହ ଚରଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.