ଡୁଙ୍ଗୁରିପାଲି,(କେପିଏନଏସ) : ଡୁଙ୍ଗୁରିପାଲି ବ୍ଲକର ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଚେନାବେଡା ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ଠାକୁରଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଜଗଦଳା ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଉଲୁଣ୍ଡା ବ୍ଲକର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୁକେଶ ଭୋଇ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପ୍ରକୁଷ୍ଠ ମାଧ୍ୟମ ସୁରଭି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ବୀରେନ୍ଦ୍ର ସାହୁ( ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଭଟିକିରା) ସମ୍ମାନୀୟ ଅତିଥି ବିନୋଦ ବିହାରୀ ଦ୍ୱାରି ପ୍ରଧାନ ଶିକ୍ଷକ (ଅନ୍ଧାରିବାଞ୍ଜି ଉଚ୍ଚ ବିଦ୍ୟାଳୟ) ଉତ୍କଳ ସାହୁ ପ୍ରଧାନ ଶିକ୍ଷକ (ଭୀମଟିକିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ଆର୍ତତ୍ରାଣ ଓଟା ଅବସର ଶିକ୍ଷକ, ଡୁଙ୍ଗୁରିପାଲି ସିଆରସିସି ପ୍ରବୀର ଭୋଇ, ଚେରୁପାଲି ସିଆରସିସି ଦିଲ୍ଲୀପ ପଧାନ, ଶୁଖା ସିଆରସିସି ସୁରେଶ ନାଏକ, ସରଗୁଲ ସିଆରସିସି ନୀଳକଣ୍ଠ ନାଏକ, ରାମପୁର ସିଆରସିସି ପ୍ରଦୀପ୍ତ ରଥ, ବାଙ୍କୀପାଲି ସିଆରସିସି ସୁନୀଲ ସେଟ, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ, ବିଦ୍ୟାଳୟ ଚ୍ୟାରମେନ ଶ୍ରୀପତି ହାତୀ, ଟାଙ୍ଗରକର୍ଲେ ନାଏବ ସରପଞ୍ଚ ତରଣୀସେନ ଭୋଇ,ବାର ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗଦେଇ ସଂସୃତିକ କାର୍ୟ୍ୟକ୍ରମ, ଗୀତ, ବକୃତା, ଡ୍ରଇଂ, ସୃଜନଶୀଳତା, କୁଇଚ ପରି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦିଆଯାଇଥିଲା । ଇତିମଧ୍ୟରେ ସର୍ବଭାରତୀୟ କବାଡି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରୀ ସିରିନ ପାତ୍ର, ଆଞ୍ଚଳିକ ହାଇସ୍କୁଲ ଭୀମଟିକିରାର ଛାତ୍ରୀ ଇ୨ ହାସଲ କରିଥିବା ଭାରତୀ କୁଅଁର, ଅନ୍ଧାରିବାଞ୍ଜି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଇ୨ ହାସଲ କରିଥିବା ଶ୍ରୀୟା ପାତ୍ର, ପ୍ରିୟା ପାତ୍ରଙ୍କୁ ମାନପତ୍ର ଦେଇ କ୍ଲଷ୍ଟର ସୁରଭି ରେ ସବୁ ସମ୍ଭୋଧିତ କରାଯାଇଥିଲା । ଏହି ସୁରଭି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ପ୍ରତିମା ପଣ୍ଡା, ପ୍ରଭାସ ତ୍ରିପାଠୀ, ରଂଜିତ ଗର୍ତିଆ ତୁଲାଇ ଥିଲେ ।
Next Post