- ବରୁଣ ହେଲେ ଚେୟାରମେନ, ପ୍ରେମଜିତ କୁମାର ହେଲେ ସଭାପତି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଏକ ଘରୋଇ ହୋଟେଲରେ ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘର ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଗତ ବର୍ଷର ଆୟବ୍ୟୟ ଓ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଜିଲ୍ଲାରେ କଳା ସଂସ୍କୃତି ଉପଭୋଗ କରିବା ପାଇଁ ବିଭନ୍ନ ସାମଗ୍ରୀ ଓ ନୂତନ ସାମଗ୍ରୀ ଦର୍ଶକଙ୍କୁ କିଭଳି ଆକର୍ଷିତ କରିବ ତା ବିଷୟରେ ଆଲୋଚନା ହୋଇଥିଲା । ସର୍ବ ସମ୍ମତିକ୍ରମେ ବରୁଣ କୁମାର ହେର୍ଣ୍ଣା ଚେୟାରମେନ ରୂପେ ମନୋନୀତ ହୋଇଥିବା ବେଳେ ସଭାପତି ଭାବେ ପ୍ରେମଜିତ କୁମାର, ଉପ-ସଭାପତି ଭାବେ ନିରଞ୍ଜନ ବାଗ, ସଂପାଦକ ଭାବେ ସୁଦାମ ଦାଶ, ସହ ସଂପାଦକ ଭାବେ ଶଶାଙ୍କ ଶେଖର ମେହେର, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ପୁରୋହିତ ମନୋନୀତ ହୋଇଥିଲେ ଏବଂ ବଲାଙ୍ଗିର ଜିଲ୍ଲାର ସକ୍ରିୟ ସଭ୍ୟ ଅଶୋକ କୁମାର ସାହୁ, ଶରତ କୁମାର ତ୍ରିପାଠୀ ଓ ରଂଜିତ ବେହେରା, ନିକଦିମ ଛତ୍ରିଆ, ନଗେନ୍ଦ୍ର କୁମାର ନିହାଲ, ହୃଦା ଗଡତ୍ୟା, ବାପି ପୋଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।