ଆଇନଜୀବୀ ପୀତବାସ ପଣ୍ଡାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବାର କାଉନସିଲ ସଦସ୍ୟ ତଥା ଗଞ୍ଜାମ ବାର ଆସୋସିଏସନର ସଦସ୍ୟ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାର ପ୍ରତିବାଦରେ ଦୃଢ଼ ନିନ୍ଦା କରାଯାଇଛି । ଏହା ଅତ୍ୟନ୍ତ ଦୁଃଖ ପରିତାପ, ଅନ୍ୟାୟର ବିଷୟ ବୋଲି ଗଭୀର କ୍ଷୋଭ ପ୍ରକାଶ କରାଯାଇଛି । ତାଙ୍କ ଆତ୍ମାର ସଦଗତି ନିମନ୍ତେ ବୁଧବାର ସନ୍ଧ୍ୟାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଏକ କେଣ୍ଡେଲ ଶୋଭାଯାତ୍ରା ମାଧ୍ୟମରେ ଛତ୍ରପୁର ସହର ପରିକ୍ରମା କରାଯାଇଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତ୍ତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରା ସମାହିତ ହୋଇଥିଲା ।

Leave A Reply

Your email address will not be published.