‘ମୁଇଁ ନାଇଁ ଯାଏଁ ଦାଦନ ଖଟି’ରେ ଦୁଲୁକି ଗଲା ମଞ୍ଚ

ତରଭା, (କେପିଏନ୍‌ଏସ୍‌) : ଚୂଡାଖାଇ ଡଙ୍ଗର ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କୋଶଳ ସାହିତ୍ୟ ଏକାଡେମୀର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ମୁଖ୍ୟ ଅତିଥି, ବ୍ୟଙ୍ଗକବି ଅର୍ଜୁନ ସାହୁ ମୁଖ୍ୟ ବକ୍ତା ଓ କଂସ ମହାରାଜ ରବୀନ୍ଦ୍ର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ପ୍ରଥମ ପର୍ଯ୍ୟାୟ ଆଲୋଚନା ଚକ୍ରରେ କୋଶଲୀ ଭାଷାକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ସାଙ୍ଗେ ସାଙ୍ଗେ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ କୋଶଲୀ କବିତା ଆସରରେ ଆଶୁକବି ଗରିବ ମଲ୍ଲିକଙ୍କ ‘ମୁଇଁ ନାଇଁ ଯାଏଁ ଦାଦନ ଖଟି’ କବିତାରେ ମଞ୍ଚ ଦୁଲୁକି ଉଠିଥିଲା । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶୀ ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲାର ପଚାଶରୁ ଅଧିକ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଏକାଡେମୀ ସମ୍ପାଦକ ରାଜେନ୍ଦ୍ର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.