ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାରିକ ସମାଜ ପକ୍ଷରୁ ସ୍ଥାନୀୟ ବାରିକ ଭବନ ଠାରେ ପଶ୍ଚିମ ଓଡିଶା ବାରିକ ସମାଜ ତଥା ବଲାଙ୍ଗିର ଜିଲ୍ଲା ବାରିକ ସମାଜର ସଭାପତି କଙ୍ଗାଳୁ ବାରିକଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସମାଜର ଲୋଇସିଂହା ବ୍ଲକ ସଭାପତି କିଶୋର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜର କର୍ମକର୍ତ୍ତାମାନେ ସ୍ୱର୍ଗତ ବାରିକଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ବାରିକଙ୍କ ସ୍ମୃତି ଚାରଣ କରିଥିଲେ । ହରିଶଙ୍କର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ଉପସଭାପତି ନବୀନ କୁମାର ପଶାୟତ, ଜିଲ୍ଲା ସାଧାରଣ ସଂପାଦକ ଦଶରଥ ପଶାୟତ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶଙ୍କର ବାରିକ, ବ୍ଲକ ସାଧାରଣ ସଂପାଦକ ସତ୍ୟ ବାରିକ, ଜିଲ୍ଲା ସେଲୁନ ସଂଘ ସଭାପତି ଶିଶିର ବେହେରା, ଲୋଇସିଂହା ବ୍ଲକ ସେଲୁନ ସଂଘ ସଭାପତି ଜୟଦେବ ବାରିକ, ବୃନ୍ଦାବନ ବାରିକ, ଡା. ଲଳିତ ମୋହନ ବାରିକ, ସୁକାନ୍ତ ବାରିକ, ନାରାୟଣ ବାରିକ, ସୁପାଳ ବାରିକ, ସରୋଜ ପଶାୟତଙ୍କ ସମେତ ବ୍ଲକସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।