mahavir

ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କେନ୍ଦ୍ର ଘୁନେଶ୍ ଗାଁ ହାଇସ୍କୁଲ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ (୩୯ ଗାଁରୁ) ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଗୋବିନ୍ଦ ତାଣ୍ଡି, ପୂର୍ବତନ ସୈନିକ ତଥା ବିଜେଡିର ଯୁବନେତା ଗିରିରାଜ ସିଂ ମାଝୀ, ମୁକେଶ ବାଗ, ପୂର୍ବତନ ସୈନିକ ନୂଆପଡ଼ା ଜିଲ୍ଲା ଖଡିଆଲ୍ ଅଞ୍ଚଳର ନିମାଇ ଚରଣ ତାଣ୍ଡି, ଭାଇସ ଚେୟାରମେନ ଗୌତମ ତାଣ୍ଡି, ତୁରେକେଲା ବ୍ଲକ ଉପାଧ୍ୟକ୍ଷା ଧନମତି ଖୂରା, ମହଖଣ୍ଡ ସରପଞ୍ଚ ଗଜା କୁମ୍ଭାର, ବଡ଼ବାଙ୍କି ସରପଞ୍ଚ ତଥା ଆୟୋଜକ କମିଟିର ସଭାପତି ଡୁଲାଧର ବାଗଙ୍କ ସହ ଅନ୍ୟ ଅତିଥିମାନେ ମଧ୍ୟ ମଞ୍ଚାସୀନ ଥିଲେ । ପ୍ରଥମ କରି ଆୟୋଜିତ ଏହି ନୂଆଁଖାଇ ଭେଟ୍‌ଘାଟ୍‌ରେ ଏହି ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଥିବା ଗଣ୍ଡା ସମାଜର ପ୍ରତିଭାକୁ ସମ୍ମାନିତ କରାଯାଇଥିଲା ଏବଂ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ନେଇ କଳାକାର ମାନଂକୁ ଉତ୍ସାହିତ କରାଯାଇଥିଲା । ଆୟୋଜକ କମିଟି ସମ୍ପାଦକ କେଶରୀ ଦୀପ, କୋଷାଧକ୍ଷ ଭରତ ନାଗ, ମଞ୍ଚ ପରିଚାଳନା ତୁଳସୀ ରାମ ଜଗତ, ଉପଦେଷ୍ଟ ବିଜୟ କୁମାର ତାଣ୍ଡି, ଲିଙ୍ଗ ଛୁରା, ବରୁଣ ଦୀପ, ଚୌଧୁରୀ ତାଣ୍ଡି, ବିରେନ୍ଦ୍ର ସୁନା, ପିତାମ୍ବର ଦୀପ, ନେହେରୁ ବାଗ ସୁଶାନ୍ତ ଦୀପ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.