ବାବେଜୁରୀ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମରେ ରବିବାର ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ଏହି କଳସ ଶୋଭାଯାତ୍ରାରେ ବାହାରି ଗ୍ରାମର ଜୁନହା ବନ୍ଧଠାରୁ ପାଣି ଆଣି ପୂଜାମଣ୍ଡପରେ ସ୍ଥାପିତ କରିଥିଲେ । ଏହି ଗଜଲକ୍ଷ୍ମୀ ପୂଜାରେ ଦ୍ଵିତିକୃଷ୍ଣ ତ୍ରିପାଠୀ ଓ ସଞ୍ଜୟ ତ୍ରିପାଠୀ ପୂଜାର୍ଚ୍ଚନା କରୁଥିବା ବେଳେ ରାଜୁ ଦୀପ ଓ ସୁମିତ୍ରା ଦୀପ, ଉଦ୍ଧବ ନାଗ ଓ ରାମା ନାଗ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ଆୟୋଜକ ପୂଜା କମିଟିର ସଭାପତି ଡକ୍ଟର ନାଗ, ଉପସଭାପତି ରାଜୁ ଦୀପ, ସମ୍ପାଦକ ନୀଳାମ୍ବର ନାଗ, ସହ ସମ୍ପାଦକ ସହଦେବ ନାଗ, କୋଷାଧ୍ୟକ୍ଷ ନନ୍ଦ ନାଗ, ଅଶୋକ ନାଗ, ମିଟୁ ଦୀପ, ଗିରିଧାରୀ ମହାନନ୍ଦ, ସୁଶାନ୍ତ ଦୀପ, ପୁରନ୍ଦର ନାଗ, ପ୍ରକାଶ ନାଗ, ରୋମାଞ୍ଚନ ନାଗ, କପିଳାଶ ନାଗ, ପ୍ରଦ୍ୟୁମ୍ନ ନାଗ, ରୋହିତ ନାଗ, ଅଜିତ ନାଗ, ଜଳନ୍ଧର ତାଣ୍ଡିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି ଡକ୍ଟର ନାଗ ପ୍ରକାଶ କରିଛନ୍ତି । ସେହିପରି ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.