ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠରେ ହେବାକୁ ଥିବା ସାର୍ବଜନୀନ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂଜା କିପରି ଶାନ୍ତିଶୃଙ୍ଖଳାରେ ଆୟୋଜନ ହେବ ସେନେଇ ଆଲୋଚନା ହୋଇଥିଲା । ଏହା ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ୨୨ରେ ସମ୍ପନ୍ନ ହେବ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଶେଷ ଦିନ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ନିଷ୍ପତି ନେଇଛି । ପୂଜା ସୁପରିଚାଳନା ପାଇଁ ସର୍ବସମ୍ମତିକ୍ରମେ ଏକ କମିଟି ଗଠନ କରାଯାଇଛି । ସଭାପତି ଭାବରେ କ୍ଷୀରୋଦ ମାଝୀ, ଉପସଭାପତି ପ୍ରମୋଦ ରାଏ, ସମ୍ପାଦକ ଶତୃଘ୍ନ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ ପୁଝାରୀ, ସହ କୋଷାଧ୍ୟକ୍ଷ କୁଶଳ ରଣା, ଉପଦେଷ୍ଟା ଭାବରେ ଆର୍ତ୍ତତ୍ରାଣ ସାହୁ, ସରୋଜ ପଟ୍ଟନାୟକ, ଅମୀୟ ରଣା, ନାରାୟଣ ପ୍ରଧାନ, ନଟବର ପ୍ରଧାନ, ରମାକାନ୍ତ ପ୍ରଧାନ, ପ୍ରଦୀପ ସାହୁ ଓ କାର୍ଯ୍ୟକାରୀ ସଭ୍ୟ ଭାବରେ ଶିବ ପ୍ରଧାନ, ନିରଞ୍ଜନ ପ୍ରଧାନ, ପାର୍ଥ ରଣା, ତ୍ରିନାଥ ରଣା, ପ୍ରଦୀପ ହଂସ, ଦୁଃଖିଧନ ପ୍ରଧାନ, ଅକ୍ଷୟ ପ୍ରଧାନ, ନେତ୍ରାନନ୍ଦ ରଣା, ସୁରେଶ ରଣା, ରବି ରଣା, ପ୍ରତାପ ସାହୁ, ଦେବାଶିଷ ପଟ୍ଟନାୟକ, ମଦନ ଭୋଇ ପ୍ରମୁଖ କମିଟିରେ ଅଛନ୍ତି । ଏହି ବୈଠକରେ ନେତାଜୀ କ୍ଲବର ସମସ୍ତ ସଦସ୍ୟ ତଥା ଗ୍ରାମବାସୀମାନେ ଉପସ୍ଥିତ ଥିବା ବେଳେ ସଭା ଶେଷରେ ପ୍ରମୋଦ ରାଏ ଧନ୍ୟବାଦ ଦେଇଥିଲେ ।
Prev Post