ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଭାଗବତ ମନ୍ଦିର (ବାବା ମଠ) ସାଗରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡ. ସତ୍ୟବନ୍ତ ବେଦବାକ୍‌ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗିର, ସଂଘର ପୂର୍ବତନ ଉପସଭାପତି ପ୍ରଶନ୍ନ ମିଶ୍ର, ସଂପାଦକ କୃଷ୍ଣଚନ୍ଦ୍ର ନାଥ ଓ ମଂଚ ସଂଚାଳକ ଶ୍ୟାମ ସୁନ୍ଦର ଦାଶ ମଂଚାସୀନ ଥିଲେ । ରାଧାକୃଷ୍ଣଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାର ପ୍ରାରମ୍ଭରେ ସ୍ୱର୍ଗତ ସୌମିତ୍ରୀ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ କୃଷ୍ଣଚନ୍ଦ୍ର ନାଥ ନୂଆଁଖାଇ ଭେଟଘାଟର ଉଦ୍ଦେଶ୍ୟ ଓ ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ପରେ ବରିଷ୍ଠ ସଭ୍ୟ ଧର୍ମବ୍ରତ ରଥ, ଗୋପ ପୁରୋହିତ, ହରେକୃଷ୍ଣ ପଟେଲ, କପିଳେଶ୍ୱର ଖମାରୀ, ଉପସଭାପତି ପର୍ଶୁରାମ ନାୟକ, ବିରଂଚି ବହିଦାର, ଜଗନ୍ନାଥ ଷଡଙ୍ଗୀ, ପ୍ରଦୀପ ସାହୁ, ସତ୍ୟବାଦୀ ନାଏକ, କୃଷ୍ଣଚନ୍ଦ୍ର ମାହାକୁର, ଯୁଗେଶ୍ୱର ପଣ୍ଡା, ଲୋକନାଥ ନେପାକ ଓ ପ୍ରଶନ୍ନ ମିଶ୍ର ନୂଆଁଖାଇର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ସହ-ସଂପାଦକ ଚୈତନ୍ୟ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.