ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ପରିସରରେ ଥିବା ମା’ ବିନ୍ଧ୍ୟାବାସିନୀ ଦେବୀଙ୍କ ମହାଷ୍ଟମୀ ପୂଜା, ଭାଇଜିଉନ୍ତିଆ ଓ ମହାନବମୀ ପୂଜା ପାଇଁ ପାଇକମାଲ, ମୁନିକେଲ, ଗୁରୁଣ୍ଡା, ବରତୁଣ୍ଡା ଓ ବଇଦପାଲି ଗ୍ରାମର ଗୌନ୍ତିଆ ଓ ଭଦ୍ରବ୍ୟକ୍ତି, ନୃସିଂହନାଥ ମନ୍ଦିରର ସୁବୋଧ ପଣ୍ଡା, ସତ୍ୟ ପୁରୋହିତ ଓ ଦନାର ବରିହା ପ୍ରମୁଖ ଉପସ୍ଥିତ ଥାଇ ଲଗ୍ନ ଧାର୍ଯ୍ୟ କରାଯାଇଛି । ୧ ତାରିଖ ବୁଧବାର ଦିନ ମହାନବମୀ ପୂଜା ଅବସରରେ ଦିନ ୨ଟା ସମୟରେ ନୃସିଂହନାଥ ପୀଠର ମା’ ଦୂର୍ଗାଦେବୀଙ୍କ ପାଟଖଣ୍ତା ବିନ୍ଧ୍ୟାବାସିନୀ ଦେବୀଙ୍କ ପୀଠକୁ ଅଣାଯିବ । ପରେ ପୂଜା ଅର୍ଚ୍ଚନା ସହ ପରମ୍ପରା ଅନୁଯାୟୀ ବଳି ପ୍ରଦାନ କରାଯିବ । ଶେଷରେ ଚିତ୍ତରଞ୍ଜନ ସରାଫ ଧନ୍ୟବାଦ ଦେଇଥିଲେ ।