‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ

  • ବୟନଶିଳ୍ପ ମନ୍ତ୍ରଣାଳୟ ଅଫିସ ଦ୍ୱାରା ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

ନୂଆଦିଲ୍ଲୀ, (ପିଆଇବି) : ଜେସିଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିଗମର ସଫେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ “ସଫାଇ ମିତ୍ର ସୁରକ୍ଷା ଶିବିର” ଆୟୋଜନ କରାଯାଇଥିଲା । ଏହି ଶିବିର ମାଧ୍ୟମରେ ୨୦୦ରୁ ଅଧିକ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ଔଷଧ ବିତରଣ ଓ ଅନ୍ୟ ସେବା ଯୋଗାଇ ଦିଆଯାଇଥିଲା । ମୁମ୍ବାଇର ବୟନଶିଳ୍ପ କମିଟି ଅଧିକ ଟ୍ରାଫିକ୍ ଥିବା ସ୍ଥାନରେ ସ୍ୱଚ୍ଛ ଭାରତ ସାଂସ୍କୃତିକ ଉତ୍ସବ ଆୟୋଜନ କରିଥିଲା । ସ୍ଥାନୀୟ ଓ ଆଞ୍ଚଳିକ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅଭିଯାନ ଅଧୀନରେ ଜାତୀୟ ହସ୍ତତନ୍ତ ବିକାଶ ନିଗମ ଲିମିଟେଡ୍ ଦ୍ୱାରା ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ୨୨ ସେପ୍ଟେମ୍ବର ୨୦୨୫ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା । ଏହା ସହିତ, ନିଗମର ବିଭିନ୍ନ ଶାଖା କାର୍ଯ୍ୟାଳୟଗୁଡ଼ିକରେ ବି ନିରନ୍ତର ଭାବେ ସଫେଇ ଅଭିଯାନ କରାଯାଉଛି । କୋଲକାତାର ନ୍ୟୁ ଟାଉନରେ ଜାତୀୟ ଝୋଟ ବୋର୍ଡ (ଏନଜେବି) ଦ୍ୱାରା “ବ୍ୟାପକ ସ୍ୱଚ୍ଛତା ଅଭିଯାନ” ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଏନଜେବି ସମ୍ପାଦକଙ୍କ ସହ ଅନ୍ୟମାନେ ବି ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନ ଅଧୀନରେ ନୂଆଦିଲ୍ଲୀରେ ଥିବା ଉଦ୍ୟୋଗ ଭବନର ବିଭିନ୍ନ ବିଭାଗରେ ହ୍ୟାଣ୍ଡଲୁମ ଓ ବୟନଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର କାର୍ଯ୍ୟାଳୟ ପକ୍ଷରୁ କୀଟପତଙ୍ଗ ନିୟନ୍ତ୍ରଣ ଓ ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.