ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ଋତୁସ୍ରାବ ସମ୍ପର୍କିତ ଏକ ସଚେତନତା କାର୍ମଶାଳା ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. ଲିଜା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳା ମାନଙ୍କ ଋତୁସ୍ରାବ ସମୟରେ ଦେଖା ଯାଉଥିବା ସମସ୍ୟା ଓ ଏହାର ନିରାକରଣ ତଥା ପିରିୟଡ଼ ସମୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧୭ ଜଣ ଛାତ୍ରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ଡ଼ଃ. ଲୁନା ଜେନା, ଡ଼ଃ. ସୁମନ ସାହୁ, ଅର୍ଚ୍ଚନା ଭୋଇ, ସୁଶ୍ରୀ କରୁନା କେରକେଟା, ସୁଶ୍ରୀ ପ୍ରିୟଙ୍କା ପୂର୍ତ୍ତି ଓ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ରୋଟାରୀଆନ ପୁତୁଲ ରାହୁଲ, ରୋଟାରୀଆନ ନିବେଦିତା ମହାନ୍ତି, ରୋଟାରୀଆନ ରଶ୍ମି ମିଶ୍ର, ରୋଟାରୀଆନ ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।