ଗଙ୍ଗାଧରପାଲୀ ଦୁର୍ଗାପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ଗଙ୍ଗାଧରପାଲୀ ଦୁର୍ଗାପୂଜା କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏସମ୍ପର୍କରେ କମିଟି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଚଳିତ ବର୍ଷ ଇଣ୍ଡିଆ ଗେଟ୍ ଆକୃତିର ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ସେହିପରି ସପ୍ତମୀ ଦିନ ସ୍ଥାନୀୟ ଅଞ୍ଚଳର ୧୦୮ ମହିଳାଙ୍କୁ ନେଇ କଳସ ଯାତ୍ରା ବ୍ରାହ୍ମଣୀ ନଦୀରୁ ବାହାରି ଗଙ୍ଗାଧରପାଲୀ ପର୍ଯ୍ୟନ୍ତ ଆସିବ । ସପ୍ତମୀ ଓ ଅଷ୍ଟମୀରେ ଶ୍ରଦ୍ଧାଳୁଙ୍କ ପାଇଁ ପଣା, ନବମୀରେ ଖେଚୁଡି ଭୋଗ ଓ ଦଶମୀରେ ୩ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଛି । ଆସନ୍ତା ଅକ୍ଟୋବର ୪ ତାରିଖ ଦିନ ଭଜନ ସନ୍ଧ୍ୟା ଓ ୫ ତାରିଖ ଦିନ ଭସାଣି ଶୋଭାଯାତ୍ରା କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ରଞ୍ଜିତ କୁମାର ପରିଡ଼ା, କାର୍ଯ୍ୟକାରୀ ସଭାପତି ସଂଗ୍ରାମ କିଶୋର ଭୂୟାଁ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଧଳ, ଉପସଭାପତି ନାରାୟଣ ଚନ୍ଦ୍ର ରାଉତ, ଅଶୋକ ଖଟୁଆ, ମାନସ ରଞ୍ଜନ ସାମଲ, ସହ ସମ୍ପାଦକ ସଂଜୀବ ରାଉତ, ପ୍ରମୋଦ ବେହେରା, କୋଷାଧ୍ୟକ୍ଷ ସୁଶାନ୍ତ କର, ସହ କୋଷାଧ୍ୟକ୍ଷ ସରୋଜ ରାୟ ପ୍ରମୁଖଙ୍କ ସହ ଉପଦେଷ୍ଟା ବିଜୟ କୁମାର ସାମଲ, ଦେବେନ୍ଦ୍ର ବେହେରା, କିଶୋରନାଥ ଶର୍ମା, ଶିଶିର ସାମନ୍ତରାୟ, ଉମାଶଙ୍କର ରାଉତ, ଧୃବ ଚରଣ ରାୟ, ଶ୍ୟାମସୁନ୍ଦର ମହାନ୍ତି ଓ ଅଡିଟର ସୌଭାଗ୍ୟ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.