ଗୋ ସେବା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଅର୍ବାନ୍ ତରଫରୁ ଗୋ ସେବା କାର୍ଯ୍ୟକ୍ରମ ସେକ୍ଟର ୧୪ ସ୍ଥିତ ନନ୍ଦଗାଁଓ ଗୋଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଅର୍ବାନ୍‌ର ସଭାପତି ରୋଟାରୀଆନ ଉଦିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସେବା ମୂଳକ କାøର୍ଯ୍ୟକ୍ରମରେ ପଶୁ ଡାକ୍ତର ପ୍ରଭାତ କୁମାର ମହାନ୍ତି ଉପସ୍ଥିତ ରହି ୫ଟି ରୁଗଣ ଗାଈର ଚିକିତ୍ସା କରିବା ସହ ଇଞ୍ଜେକସନ ଓ ଆହତ ହୋଇଥିବା ଗାଈମାନଙ୍କ ଡ୍ରେସିଂ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ଡି. ମୋହନ ରାଓ, ଡାକ୍ତର ସୁଶାନ୍ତ ପାଣି, ଶୈଳେନ୍ଦ୍ର ସିଂ, ଦେବବ୍ରତ ନାୟକ, ଟି. ଅଶ୍ୱିନୀ ପାତ୍ର, ବନାନୀ ଦାସ, ଉଷା ଦାସ, ପଦ୍ମିନୀ ସାହୁ, ଅଶୋକ କକ୍କଡ, ଅଞ୍ଜୁ କକ୍କଡ ଓ ଗୋଶାଳା ତରଫରୁ ଜୁଲି ମିଶ୍ର, ଶାନ୍ତିଲତା ବାରିକ, ଅନୁପମା ମାଝୀ, ସୁଲତା ଛୁରିଆ, ଅଶୋକ କିଶାନ, ଲାଲ ପୃଥିବୀରାଜ ଶେଖର ଦେଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅର୍ବାନ୍‌ର ଏଭଳି କାର୍ଯ୍ୟକ୍ରମ ପାଇଁ ଗୋଶାଳା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.