ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁମାନଙ୍କ ଦ୍ଵାରା ସମୁଦ୍ରତଟ ସଫେଇ କାର୍ଯ୍ୟକ୍ରମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିକଟସ୍ଥ ନୋଳିଆ ନୂଆଗାଁର ସମୁଦ୍ରତଟ ସଫେଇ କାର୍ଯ୍ୟ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସେ ସମୁଦ୍ର ସ୍ୱଚ୍ଛତା ଦିବସର କାର୍ଯ୍ୟକାରିତା ଓ ଆମ ଦାୟିତ୍ୱ ସମ୍ପର୍କରେ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହାପରେ ସମସ୍ତ ଏନ୍ସିସି, ସ୍କାଉଟ ଓ ତଟବର୍ତ୍ତୀ ସଂସ୍କାର କେନ୍ଦ୍ରର ଶିଶୁ ଆଚାର୍ଯ୍ୟମାନଙ୍କ ଦ୍ଵାରା ସମୁଦ୍ର ତଟରେ ପଡିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଓ ଅଳିଆ ଆଦି ସଫା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ସିସି ଆଚାର୍ଯ୍ୟ ଡି. ଗଣେଶ ରେଡ୍ଡୀ, ସ୍କାଉଟ୍ ମାଷ୍ଟର ଶିବପ୍ରସାଦ ପଟ୍ଟନାୟକ, ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ, ସୋମନାଥ ନାହାକ ଓ ସଂସ୍କାର କେନ୍ଦ୍ର ଆଚାର୍ଯ୍ୟା ଶ୍ରୀମତୀ ରାଜ୍ଜାମ୍ମାଙ୍କ ସହିତ ପ୍ରାୟ ୩୦ଜଣ ଶିଶୁ ଉପସ୍ଥିତ ଥିଲେ । ଶେଷରେ ନୋଳିଆ ନୂଆଗାଁରେ ସମୁଦ୍ର ସ୍ୱଚ୍ଛତାର ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା ।
Prev Post