ଐତିହାସିକ ପାଟଣାଗଡ ବଏଲ ଯାତ୍ରା ପାଇଁ ମା’ ପାଟଣେଶ୍ୱରୀ ମନ୍ଦିରରେ ଲାଗିଲା ନୂତନ ଘଣ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ଐତିହାସିକ ପୀଠ ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରର ମୁଖ୍ୟ ପୀଠରେ ରବିବାର ଦିନ ଅଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ମହାଳୟା ଦିନ ପ୍ରସିଦ୍ଧ ବଏଲ ଯାତ୍ରା ଓ ଦଶହରା ପର୍ବ ଲାଗି ପୀଠରେ ବଲାଙ୍ଗିରର ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିରର ମା’ ପାଟଣେଶ୍ୱରୀ ପୀଠର ୧୫୦ ବର୍ଷ ପୂର୍ତ୍ତି ଅବସରରେ ପାଟଣାଗଡର ଦେବୋତ୍ତର ବିଭାଗ ତଥା ଉପଜିଲ୍ଲାପାଳ ସୁନିଲ କୁମାର ମେହେରଙ୍କୁ ବିରଳ ନୂତନ ଘଣ୍ଟି ହସ୍ତାନ୍ତର ପରେ ଦେବୋତ୍ତର ବିଭାଗର ମ୍ୟାନେଜର ଓ ତହସିଲଦାରଙ୍କ ଉପସ୍ଥିତିରେ ପୀଠରେ ଲାଗିଲା ନୂତନ ଘଣ୍ଟି । ପୂଜାର୍ଚ୍ଚନା, ଘଣ୍ଟବାଦ୍ୟ ସହ ପାଟଣେଶ୍ୱରୀ ଦେବୀଙ୍କ ଢୋଲ, ନିଶାନ, ତାସା ବାଦ୍ୟରେ ପୀଠରେ ଲଗାଗଲା ନୂତନ ଘଣ୍ଟି । ଏହି ଅବସରରେ ପୂଜକ ରାଙ୍ଗବେନ୍ଦ୍ର ସିଂହଦେଓ, ଧର୍ମରାଜ ସିଂଦେଓ, ଜଳନ୍ତ ସିଂଦେଓ, ଭଗବାନ ସିଂଦେଓ, ପୃଥ୍ୱୀରାଜ ସିଂଦେଓ ପୂଜାର୍ଚ୍ଚନା କରି ମା’ଙ୍କୁ ଗୁହାରୀ କରିଥିଲେ ଓ ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ଉପ-ସଭାପତି ପ୍ରଶାନ୍ତ ମହାକୁର, ପାଟଣାଗଡର ଆଇନଜୀବୀ ରାଣା ପ୍ରଧାନ, ଜୟରାମ ମିଶ୍ର, ଅରୁଣ କୁମାର ମିଶ୍ର, ସୁରେନ୍ଦ୍ର ନେଗୀ, ଶମ୍ଭୁ ଶତପଥୀ, ଭବାନୀ ଭୋଇ, ବିଘ୍ନରାଜ ଧଳ, ଅଚ୍ୟୁତ ସ୍ୱାଇ, ବିନୁ ଦେବ, ରୋହିତ ମେହେର ଉପସ୍ଥିତ ଥିଲେ । ପାଟଣେଶ୍ୱରୀ ସେନା ଓ ପାଟଣାଗଡର ବିଭିନ୍ନ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.