ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରୁହନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବା ପାଇଁ ହେଲେ ଅବା ତାଙ୍କ ତାଙ୍କ ଘରକୁ ଯିବାଆସିବା କରିବା ନିମନ୍ତେ ଇଲେକ୍ଟ୍ରି ଗାଡିର ସୁବିଧା କରାଯିବା ଜରୁରୀ ଅଟେ ବୋଲି ଦାବି ହୋଇଛି । ଏଥି ନିମନ୍ତେ ପିଜି କାଉନ୍ସିଲ୍ ଚେୟାରମ୍ୟାନ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଭିନ୍ନକ୍ଷମ ସେଲର ସଂଯୋଜକ ଡକ୍ଟର ଶାରଦା ପ୍ରସନ୍ନ ରାଉତଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରାବାସ ଶ୍ରେଣୀଗୃହ ଠାରୁ ବହୁତ ଦୂର ହେଉଥିବା ହେତୁ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଯିବା ଆସିବାରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ଓ ଖରାଦିନରେ ସେମାନଙ୍କୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଅସୁବିଧା ର ଶିକାର ହେଉଛନ୍ତି । ବିଶ୍ୱିବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ ତୁରନ୍ତ ସମାଧାନ କରି ପାରିବେ ବୋଲି କୁହାଯାଉଛି । ତେଣୁ ଏହି ଦାବିକୁ ତୁରନ୍ତ ସମାଧାନ କରିବା ନିମନ୍ତେ ଏହି ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରନେତା ଇଜୁ ଆମିନ ଖାନ୍, ବାଲ୍ମୀକି ସେଠୀ, ମନୀଷା କହଁର, ଗୌତମ ସାମଲ, ସମୀର ଜେନା, ହେମନ୍ତ ପଲାଇ, ଭିନ୍ନକ୍ଷମ ଛାତ୍ର ତଥାଗତ ମୁଦୁଲି, ଅଜିତ୍ କୁମାର ଖଣ୍ଡୁଆଲ, କାର୍ତ୍ତିକ ଗୋଣ୍ଡ୍, ସୁଜାତା ସେଣ , ପ୍ରିୟତମା ନିଶଙ୍କ ପ୍ରମୁଖ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଗମନାଗମନ ସୁବିଧା ପାଇଁ ଦାବି କରିଛନ୍ତି ।