ବଲାଙ୍ଗିର ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ, ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ, ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର, ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହ‌ନ ସାମଲ, ଚେୟାରମ୍ୟାନ, ପି.ଏଲ୍.ଏ. (ପି. ୟୁ.ଏସ୍), ବିମଲ କୁମାର ଚାନ୍ଦ, ଜଜ୍ ଫ୍ୟାମିଲି କୋର୍ଟ, ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍‌ ଦ୍ଵିତୀୟ, ଶ୍ରୀମତୀ ଅଞ୍ଜଳି ପାଢୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଶଙ୍ଖ ଚକ୍ରବତ୍‌ର୍ତ୍ତୀ, ସିଭିଲ୍ ଜଜ୍ (ବରିଷ୍ଠ), ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ କୁନ୍‌ମୁନ୍ ଆଚାର୍ଯ୍ୟ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ବୈଶାଳୀ ନାୟକ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ସିଭିଲ୍ ଜଜ୍ (କନିଷ୍ଠ), ଶ୍ରୀମତୀ ସାସ୍ଵତୀ ମହାପାତ୍ର, ଜେ.ଏମ୍.ଏଫ୍.ସି., ସାଧକ କାର୍ଜୀ, ଦୀପାଳି ଦାସ, ଅର୍ଘ୍ୟରୂପା ମିଶ୍ର ଓ ନ୍ୟାୟାଧିକାରୀ ଶିଶିର ଭୋଇ କୋଟର ମାମଲା ଗୁଡିକ ମିଂମାସା କରୁଥିଲେ । ଏଥିରେ ରେଜିଷ୍ଟର ସିଭିଲ କୋଟ ଶ୍ରୀଦୀପ ମିଶ୍ର, ସରକାରୀ ଓକିଲ ଓ ଜିଲ୍ଲା ବାର୍‌ର ପ୍ରାୟ ସମସ୍ତ ଓକିଲମାନେ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଜଙ୍ଗଲ ବିଭାଗ, ଜଳ ବିଭାଗ, ବିଦ୍ୟୁତ ବିଭାଗ, ବିଏସ୍‌ଏନ୍‌ଏଲ୍‌, ଏବଂ ଅନ୍ୟ ବିଭାଗ ମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ‌ଯୋଗରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଓ କର୍ମଚାରୀଙ୍କ ମାଧ୍ୟମରେ ପ୍ରାଧିକରଣ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପରୀକ୍ଷା ଓ ଚନ୍ଧୁ ପରୀକ୍ଷା କରାଯିବା ସହିତ ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ଵାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତତନ୍ତ୍ର ବସ୍ତ୍ର ଗୁଡିକର ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ଵାରା ବିକ୍ରି କରାଯାଇଥିଲା, ତା ସହିତ ବିଶେଷ ମଧ୍ୟସ୍ଥତା ଅଭିଯାନ ଉପରେ ସଚେତନତା ଶିବିର ଖୋଲା ଯାଇଥିଲା । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମୁଦାୟ ୯୨୪୧ଟି ମକୋଦ୍ଦମା ଫଇସଲା ହୋଇ ଟ. ୪,୪୩,୮୩,୧୪୯/-ରେ ମିଂମାସା ହୋଇଥିଲା । ଉକ୍ତ ଲୋକ ଅଦାଲତକୁ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପବିତ୍ରାନନ୍ଦ ପ୍ରଧାନ ପରିଚାଳନା କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ପ୍ରାଧିକରଣର କର୍ମଚାରୀ ଓ ପାରା ଲିଗାଲ ସ୍ୱେଚ୍ଛାସେବୀ ବୃନ୍ଦ ସହଯୋଗ କରିଥିଲେ । ସେହିପରି ଭାବେ ତାଲୁକ ଆଇନ ସେବା ପ୍ରାଧିକରଣ, ଟିଟିଲାଗଡରେ ଅନୁଷ୍ଠିତ ହୋଇଥିବା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଠାରେ ଅତିରିକ୍ତ ଜିଲ୍ଲା ଜଜ ତଥା ଅଧ୍ୟକ୍ଷ ତାଲୁକ ଆଇନ ସେବା ପ୍ରାଧିକରଣ, ଟିଟିଲାଗଡ ସନ୍ଦିପ କୁମାର ପଟ୍ଟନାୟକ, ସିଭିଲ ଜଜ (ବରିଷ୍ଠ), ଟିଟିଲାଗଡ କୃଷ୍ଣଚନ୍ଦ୍ର ନାୟକ ଏବଂ ଏସ୍‌ଡିଜେଏମ୍‌, ଟିଟିଲାଗଡ ସୁମିତ କୁମାର ପାଣିଗ୍ରାହୀ କୋର୍ଟର ମାମଲା ଗୁଡିକ ମିଂମାସା କରିଥିଲେ । ଏଥିରେ ବରିଷ୍ଠ ଓକିଲ କୃଷ୍ଣଚନ୍ଦ୍ର ସାହୁ, ରାଧେଶ୍ୟାମ ଅଗ୍ରୱାଲ ଓ ତନୟ କୁମାର ଠାକୁର ଓ ସମସ୍ତ ଓକିଲମାନେ ଉପସ୍ଥିତ ଥିଲେ । ପ୍ରାକ ମକଦ୍ଦମା ସମ୍ବନ୍ଧୀୟ ତଥା ବ୍ୟାଙ୍କ, ପାନୀୟ ଜଳ ଯୋଗାଣ ସମ୍ବଧୀୟ ୩୮୩ ମକଦ୍ଦମା ମଧ୍ୟରୁ ୩୪ଟିର ମାମଲା ଫଇସଲା କରାଯାଇ ୧୦,୬୫,୨୩୯ ରାଶି ଆଦାୟ କରାଯାଇଥିଲା ଏବଂ ନ୍ୟାୟାଳୟର ବିଚାରଧିନ ମାମଲାର ୫୧୫ ଗୋଟି ମକଦ୍ଧମା ମଧ୍ୟରୁ ୨୪୫ଟିର ଫଇସଲା ହୋଇ ମୋଟ ୨୫,୬୮,୬୫୩ ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.