csstore

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ସଭାପତିତ୍ୱ କରିବା ସହିତ ଏବର୍ଷର ବିଷୟ” ପ୍ରାଥମିକ ଚିକିତ୍ସା ଏବଂ ଜଳବାୟୁ ପରିବର୍ତ୍ତନ” ସଂପର୍କରେ ଅବଗତ କରାଇଥିଲେ । ମୁଖ୍ୟଅତିଥି ଭାବରେ ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ରାଧେଶ୍ୟାମ ଦିଶ୍ରୀ ଯୋଗଦେଇ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱପୂର୍ଣ୍ଣ ଉପଯୋଗିତା ଏବଂ ତାର ପ୍ରୟୋଗ ବିଧି ସଂପର୍କରେ ଆଲୋଚନା କରିବା ସହିତ ପ୍ରାଥମିକ ଚିକିତ୍ସା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସର ଆବାହକ ସଂପାଦିକା ବନ୍ଦନା ବାର ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନ କରିଥିବା ବେଳେ ଅଧ୍ୟାପକ ହୃଷୀକେଶ ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ବେହେରା, ଡକ୍ଟର ଶ୍ରୀକାନ୍ତ କୁମାର ବାରିକ, ଡକ୍ଟର ମଧୁସ୍ମିତା ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.