କଣ୍ଟାବାଞ୍ଜିରେ ଦୃତ ଗତିରେ ଆସି ଗ୍ୟାରେଜକୁ ପଶିଗଲା ୪୦୭ ଗାଡ଼ି
କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ଦୃତ ଗତିରେ ଆସି ବାଇକ୍ ଗ୍ୟାରେଜକୁ ପଶିଗଲା ୪୦୭ ଗାଡ଼ି । ଗ୍ୟାରେ୍ଜରେ ଥିବା ବାଇକ୍ ହୋଇଗଲା ଚୁର୍ମାର୍ । ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି । ୪୦୭ ଗାଡ଼ି (ଓଆର୍ ୦୩ ଏଫ୍ ୬୧୮୯) ତୁରେକେଲାରୁ କଣ୍ଟାବାଞ୍ଜି ଆସୁଥିବା ସମୟରେ ଭାରସାମ୍ୟ ହାରାଇ କଣ୍ଟାବାଞ୍ଜି ସ୍ଥିତ ଧରୁଆ ଗ୍ୟାରେଜ ଭିତରକୁ ପଶି ଯାଇଥିଲା । ଯାହା ଫଳରେ ଗ୍ୟାରେଜ୍ ସାମ୍ନା ସମ୍ପୂର୍ଣ୍ଣ ଭାବରେ ଚୁର୍ମାର୍ ହେବା ସହ ଗ୍ୟାରେଜ୍ ଭିତରେ ଥିବା ଏକ ବାଇକ୍ ଟି ଭାଙ୍ଗି ରୁଚି ଚୁର୍ମାର୍ ହୋଇଯାଇଥିଲା । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକ ଡ଼୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି ।