ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ପକ୍ଷରୁ ମିନି ଷ୍ଟାଡିଅମ ଠାରେ ଚାରିଦିନ ଧରି ଚାଲିଥିବା ଜୋନ ଓ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଯାଇଛି । ତିନିଦିନ ଧରି ଚାରୋଟି ଜୋନ ତଥା ରମ୍ଭା ହାଇସ୍କୁଲ, ସୁବଳୟା ହାଇସ୍କୁଲ, ଖଣ୍ଡଦେଉଳୀ ହାଇସ୍କୁଲ ଏବଂ ଗଞ୍ଜାମ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ମଧ୍ୟରେ ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଓ ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଚାରୋଟି ଜୋନର ପ୍ରାୟ ୬୭୯ ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ । ଏଥିସହ କବାଡି, ଲଙ୍ଗଜମ୍ପ, ହାଇଜମ୍ପ, ସଟ୍ଫୁଟ୍, ଡିସ୍କସ୍ ଆଦି ପ୍ରତିଯୋଗିତାରେ ପ୍ରାୟ ୩୪୮ ଛାତ୍ରୀଛାତ୍ର ବ୍ଲକ ସ୍ତରକୁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ୧୨୦ କୃତି ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବା ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଦଯାପିତ କ୍ରୀଡା ଉତ୍ସବରେ ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ପ୍ରଶନ୍ନ କୁମାର ବେହେରା, ଏବିଇଓ ସଂଯୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ । ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷୟତ୍ରୀ ଛନ୍ଦାରାଣୀ ସାହୁ, , ସୁଶାନ୍ତ ସାହୁ, ରାଧାକୃଷ୍ଣ ଦଳାଇ ସୁରେଶ ପାତ୍ର, ହରେଶ ଚନ୍ଦ୍ର ସ୍ୱାଇଁ, ସୁଧାଂଶୁ ଶେଖର ଦାସ, ଶ୍ରୀହରି, ଜନକ ଜେନା ପ୍ରମୁଖ ପରିଚାଳନା କରୁଛନ୍ତି । ଆସନ୍ତା ୧୫ରୁ ୧୮ ପର୍ଯ୍ୟନ୍ତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ ।