csstore

ଏସ୍‌ଆଇଆର୍‌ ବିରୁଦ୍ଧରେ ଏସ୍‌ୟୁସିଆଇ ପକ୍ଷରୁ ପ୍ରତିବାଦ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସ୍‌ଆଇଆର୍‌) ଭୋଟର ଲିଷ୍ଟର ସଘନ ଯାଞ୍ଚ ବିରୁଦ୍ଧରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ବଲାଙ୍ଗିର ଶାଖା ପକ୍ଷରୁ ଆଜି ସ୍ଥାନୀୟ ଭଗରଥୀ ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଭୋଟର ତାଲିକାରେ ସଘନ ଯାଞ୍ଚ ଆଳରେ ଲୋକଙ୍କ ମୌଳିକ ଭୋଟ ଅଧିକାରକୁ ଛଡେଇ ନେବା ସହ ନାଗରିକତ୍ୱରୁ ବଞ୍ଚିତ କରିବା ପାଇଁ କେନ୍ଦ୍ର ବିଜେପି ସରକାରର ସୁପରିକଳ୍ପିତ ଷଡଯନ୍ତ୍ର । ଲୋକଙ୍କ ମୌଳିକ ସମସ୍ୟାରୁ ଦୃଷ୍ଟି ଏଡାଇ କାଳ୍ପନିକ ସମସ୍ୟା ଛିଡା କରାଇବାର ଏହିସବୁ ହୀନ ଉଦ୍ୟମ । ତେଣୁ ନିଜର ନ୍ୟାର୍ଯ୍ୟ ଦାବି ହାସଲ କରିବା ପାଇଁ ସରକାରର ଜନ ବିରୋଧୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଜିଲ୍ଲା କମିଟି ତରଫରୁ ଜନସାଧାରଣକୁ ଆହ୍ୱାନ କରାଯାଉଛି । ଏହି ପ୍ରତିବାଦ ସଭାରେ ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଅଶୋକ ମିଶ୍ର, ଜିଲ୍ଲା ସମ୍ପାଦକ ସୁନିଲ କୁମାର ଭୋଇ, ଜିଲ୍ଲା କମିଟି ସଭ୍ୟ ମଧୁସୁଦନ ବାଗ, ଗୌରୀ ରାଉତ, ରାଜା ରଣା, ଅହଲ୍ୟା ସାହୁ, ପ୍ରଭାସିନୀ ଭୋଇଙ୍କ ସହ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.