କୁଲୁତା ସମାଜ ବଲାଙ୍ଗିରର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିରର ନୂଆଁଖାଇ ଭେଟଘାଟ-୨୦୨୫ କାମାକ୍ଷୀନଗର ବଲାଙ୍ଗିର ଠାରେ ଥିବା ରାମଚଣ୍ଡୀ ସେବା ସଦନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଥମେ ସମାଜର ଉପଦେଷ୍ଟା ସୁରଥ ପଧାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ନିକଟ ଅତୀତରେ ମୃତ୍ୟୁବରଣ କରିଥିବା ସମାଜର ଦିବଙ୍ଗତ ଆତ୍ମାମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କଲାପରେ ମୁଣ୍ଡିଆମରା କାର୍ଯ୍ୟକ୍ରମ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସମାଜର ସଭାପତି ଶଙ୍କର୍ଷଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସରୋଜ କୁମାର ପଧାନ, ବିଧାୟକ ବୌଦ୍ଧ ତଥା ମୁଖ୍ୟ ସଚେତକ ଓଡିଶା ସରକାର ଓ ସମ୍ମାନିତ ଅତିଥି ଭାବେ ସନତ କୁମାର ଗଡତ୍ୟା ମାନ୍ୟବର ବିଧାୟକ ବିଜେପୁର, ଦେବକୀ ସାହୁ ଅଧ୍ୟକ୍ଷା ଜିଲ୍ଲା ପରିଷଦ, ବଲାଙ୍ଗିର, ସରୋଜ କୁମାର ପଧାନ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷଙ୍କ ସହିତ ସମାଜର ସଂପାଦକ ସାନ୍ତନୁ କୁମାର ଭୋଇ ମଂଚାସୀନ ଥିଲେ । ଏହି ସମାରୋହରେ ସମାଜର ମହାନ ବ୍ୟକ୍ତି, ପ୍ରଶାସନିକ ସେବାରେ କୃତିତ୍ୱ ହାସଲକାରୀ, ଦଶମ, ଦ୍ୱାଦଶ ଶ୍ରେଣୀରେ ୮୦%ରୁ ଅଧିକ ମାର୍କ ରଖିଥିବା ଏବଂ ବିଗତ ବର୍ଷରେ ରକ୍ତଦାନ କରିଥିବା ଭାଇଭଉଣୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମଗ୍ର ସଭା ପରିଚାଳନା ମଧୁ ସାହୁ କରିଥିବା ବେଳେ ସଭାପତି ସଭାପତିତ୍ୱ ଅଭିଭାଷଣ ସମାଜ ଉଦ୍ଦେଶ୍ୟରେ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଧାନ ଶିକ୍ଷା ଓ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ଆସ୍ଥାନ କିପରି ହେବ ସେ ଦିଗରେ ପ୍ରୟାସ କରିବାର ପ୍ରତିଶୃତି ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥିମାନେ ନିଜ ନିଜର ଅଭିଭାଷଣ ସମାଜ ଉଦ୍ଦେଶ୍ୟରେ ଦେବା ପରେ ସଂପାଦକ ସାନ୍ତନୁ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ରାହାସ ବିହାରୀ ମାଝି, ଉପସଭାପତି ରାଜେନ୍ଦ୍ର ପ୍ରସାଦ ସାହୁ, ସଂଗୀତା ମାଝି, ରାମଚନ୍ଦ୍ର ଭୋଇ, ଜିତେନ୍ଦ୍ର ଭୋଇ, ସୁନିଲ ମାଝି, ସୁଧିର ଭୋଇ ଏବଂ ଯୁବ ସାମ୍ମୁଖ୍ୟର ସୁଦର୍ଶନ ସାହୁ, ସଂଜୀବ କୁମାର ସାମଲ, ଅବନିକାନ୍ତ ପଧାନ, ସରୋଜ ଭୋଇ, ଶିବାନୀ ବିଶ୍ୱାଲ, ରବିନ୍ଦ୍ର କୁମାର ପଧାନ, ଲକ୍ଷ୍ମଣ ବିଶ୍ୱାଲ, ରୋହିମ ରଞ୍ଜନ ସାହୁ ତଥା ସମାଜର ସମସ୍ତ କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.