csstore

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଶାଖାର ସାଧାରଣ ବୈଠକ ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସଂଘର ବରିଷ୍ଠ ସଭ୍ୟ ସ୍ୱର୍ଗତ ନରେନ୍ଦ୍ର କବାଟଙ୍କ ଦେହାନ୍ତ ହେତୁ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ କୃଷ୍ଣଚନ୍ଦ୍ର ନାଥ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ସଭାରେ ସର୍ବ ସମ୍ମତିକ୍ରମେ ନୂଆଁଖାଇ ଭେଟଘାଟ ନିମନ୍ତେ ତା.୨୨.୦୯.୨୫କୁ ଦିନ ଧାର୍ଯ୍ୟ କରାଯାଇଛି । ସଭାରେ ଉପ-ସଭାପତି ପର୍ଶୁରାମ ନାୟକ, ସହ-ସଂପାଦକ ଚୈତନ୍ୟ ପଟେଲ, ବରିଷ୍ଠ ସଭ୍ୟ ଲୋକନାଥ ନେପାକ, କପିଳେଶ୍ୱର ଖମାରୀ, ମନୋରଞ୍ଜନ ମିଶ୍ର, ଡା. ଉମାକାନ୍ତ ପାତ୍ର, ଡା. ଦେବଦତ୍ତ ମିଶ୍ର, ରାଧାକାନ୍ତ ସେଠ, ଭକ୍ତବନ୍ଧୁ ନାଏକ, ଦଶରଥ ବାଘ, ପୂର୍ଣ୍ଣଚନ୍ଦ୍ର ଦାଶ, ବୈକୁଣ୍ଠ ସ୍ୱାଇଁ, ଜୟଦେବ ବେହେରା, ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ମାହାକୁର, ପ୍ରଶନ୍ନ ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ପ୍ରଦୀପ ସାହୁ ଉପସ୍ଥିତ ଥିଲେ । ଶେଷରେ ପୁରୁଷୋତ୍ତମ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.