ppurohit

ବାଗବାହାଲିରେ ବିଜେପିର ବିରାଟ ମିଶ୍ରଣ ପର୍ବ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

2nd
  • ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ମହାକୁରଙ୍କ ସହ ଶତାଧିକ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ ବାଗବାହାଲି ଗ୍ରାମରେ ବ୍ଲକ ବିଜେପିର ବିରାଟ ମିଶ୍ରଣ ପର୍ବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଣାବାହାଲ ପଞ୍ଚାୟତ ଅଞ୍ଚଳର ବରିଷ୍ଠ ବିଜେଡି ନେତା ତଥା ସଂଗଠକ ବୁଦ୍ଧଦେବ ମହାକୁରଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗଦାନ କରିଥିଲେ । ମୁରିବାହାଲ ମଣ୍ଡଳ ସମ୍ପାଦକ ନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ପୂର୍ବ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବିଧାୟକଙ୍କ ବ୍ଲକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବରିଷ୍ଠ ବିଜେପି ନେତା ପୁରୁନ ବାଗ, ମୁରିବାହାଲ ମଣ୍ଡଳ ସଭାପତି ରାମୁ କୁମ୍ଭାର, ଗଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଚ୍ଛା, ହଳଦୀ ମଣ୍ଡଳ ସଭାପତି ସୁବାସ ପୋଢ଼, ବିଜେପି ନେତା ସୁରେଶ କୁମାର ଭୋଇ, ସରୋଜ ଖମାରୀ ଓ ଗୌତମ ଖେତୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ମିଶ୍ରଣ ପର୍ବରେ ବୁଦ୍ଧଦେବ ମହାକୁରଙ୍କ ସହ ଗୌତମ ଖେତୀ, ଶ୍ୟାମସୁନ୍ଦର ମେହେର, ଯାଦବ କଲତା, ନିତ୍ୟାନନ୍ଦ ମହାକୁର, ନରେଶ ମହାକୁର, ପ୍ରମୋଦ ମହାକୁର, ଧ୍ରୁବ ମହାକୁର, ପିତାମ୍ବର ଖମାରୀ ଓ ସନ୍ୟାସୀ ମେହେରଙ୍କ ସହ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପି ଦଳରେ ଯୋଗ ଦେଇଥିଲେ । ଶ୍ରୀ ମହାକୁରଙ୍କ ସହ ଶତାଧିକ କର୍ମୀଙ୍କ ଦଳରେ ଯୋଗଦାନ ପରେ ଏହି ଅଞ୍ଚଳରେ ଦଳ ଆହୁରି ମଜବୁତ୍ ହେବ ବୋଲି ବିଧାୟକ ଶ୍ରୀ ବାଗ ପ୍ରକାଶ କରିଥିଲେ । କୁମ୍ଭାରୀ ମୂଳ ରାଜସ୍ୱଗ୍ରାମ ଅନ୍ତର୍ଗତ ବାଗବାହାଲି ଗ୍ରାମକୁ ଏକ ନାଳା ଦୁଇଭାଗ କରୁଥିବାରୁ ବାଗବାହାଲିକୁ ଏକ ନୂତନ ରାଜସ୍ୱ ଗ୍ରାମ ରୂପେ ଘୋଷଣା କରାଯିବା ପାଇଁ ଗ୍ରାମବାସୀ ବିଧାୟକଙ୍କୁ ଲିଖିତ ଅନୁରୋଧ କରିଥିଲେ । ଶେଷରେ ବିଜେପି ନେତା ନିଶିକାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ । ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.