
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ସାରସପଡ଼ା ଗ୍ରାମର ବରିଷ୍ଠ ବ୍ୟକ୍ତି ତଥା ଅବସରପ୍ରାପ୍ତ ବ୍ଲକ କର୍ମଚାରୀ ନିରଞ୍ଜନ ତାଣ୍ଡି(୯୫)ଙ୍କ ଶୁକ୍ରବାର ସକାଳେ ସାରସପଡ଼ା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । କିଛି ଦିନ ତଳେ ତାଙ୍କ ଭାଇ ଦିନବନ୍ଧୁ ତାଣ୍ଡିଙ୍କର ମଧ୍ୟ ପରଲୋକ ହୋଇଥିଲା । ଶେଷ ଶଯ୍ୟା ନିକଟରେ ତାଙ୍କ ୬ ପୁଅ ଅବନୀ, ଆନନ୍ଦ, ଉପେନ୍ଦ୍ର, ଅଜିତ, ସୁଶୀଲ, ପ୍ରତାପଙ୍କ ସହ ସମସ୍ତ ପରିବାର, ଜ୍ଞାତିକୁଟୁମ୍ବ ତଥା ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ । ସେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରେ କାର୍ଯ୍ୟ କରି ଅବସର ନେଇଥିଲେ । ସେ ଅତି ସରଳ ଜୀବନଯାପନ କରିବା ସହ ମେଳାପୀ ସ୍ୱଭାବର ଲୋକ ଥିଲେ । ପରଲୋକ ଖବର ପାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଡ଼ପୁଅ ଅବନୀ ତାଣ୍ଡି ମୁଖାଗ୍ନି ଦେଇଥିଲେ ।