
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଲାଠିକଟା ବ୍ଲକର କର୍ଲାଖମନ ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ଡ ମୀନତି ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ ପଣ୍ଡା ଗୁରୁଦିବସ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ସହ ସେଠାରେ ଶିକ୍ଷାଦାନ କରୁଥିବା ସମସ୍ତ ୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚନ୍ଦନ, ପୁଷ୍ପ ଓ ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯିବା ସହ ସମସ୍ତଙ୍କୁ ଉପହାର ସ୍ୱରୂପ କାନ୍ଥ ଘଣ୍ଟା ପ୍ରଦାନ କରାଯାଇଥିଲା । ରୋଟାରୀଆନ ଅଜିତ ମୋହନ ପୁଜାରୀ ଭଜନ ଓ ସଂଗୀତ ପରିବେଷଣ କରିଥିଲାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାର୍ଥନା ଗାନ କରିଥିଲେ । ପରେ ସମସ୍ତଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଅର୍ଚ୍ଚନା ଦେବତା, ରୋଟାରୀଆନ ଡ ସଞ୍ଜୁକ୍ତା ପତି, ରୋଟାରୀଆନ ସବିତା ମହାନ୍ତି ଓ ଅତିଥି ଭାବେ ଆରତୀ ପଣ୍ଡା ଉପସ୍ଥିତ ଥିଲେ ।