csstore

ଅମ୍ଭାଭୋନା ବ୍ଲକରେ କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କାର୍ୟ୍ୟରତ କୋଭିଡ ଯୋଦ୍ଧାମାନଙ୍କୁ ଆଜି ଟୀକାକରଣ କରାଯାଇଥିଲା । ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅମ୍ଭାଭୋନ (ନୂତନ) ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏହି ଟୀକା ପ୍ରଦାନ ବ୍ୟବସ୍ଥା କରାଯାଇଥିଲା । ଲଖନପୁର ଠାରେ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶଙ୍କ ସମେତ ପାରା ମେଡିକାଲ ଷ୍ଟାଫ ରୋହିତ ସାହୁ, ଗ୍ୟାନବନ୍ତ ଦଣ୍ଡସେନା, ବୁଲୁ ଥାପା ଏବଂ ଏସିସି ଡୁଙ୍ଗୁରି ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ବିନୟ ପତି, ଅମ୍ଭାଭୋନା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର କମଳ ପ୍ରସାଦ ମଲ୍ଲିକ, ଲିଙ୍ଗରାଜ ପ୍ରଧାନ, ନରହରି ନାଗରିକଙ୍କ ସମେତ ସମସ୍ତ ଆଶା, ଅଙ୍ଗନବାଡ଼ି କର୍ମୀ, ସହାୟିକାମାନଙ୍କୁ ଟୀକାକରଣ କରାଯାଇଥିଲା । ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୧୭ ଜଣଙ୍କୁ ଓ ଅମ୍ଭାଭୋନା ପ୍ରାଥମିକ ସ୍ବାସ୍ଥ୍ୟରେ ୪୩ ଜଣଙ୍କୁ ଟୀକା ଦିଆଯାଉଥିଲା ।

jayashree
Leave A Reply

Your email address will not be published.