csstore

ଏନ୍ଏସି ଘୋଷଣା ହେଲା ନାହିଁ : ସାମ୍ବାଦିକ ସମ୍ମିଳନୀରେ ତୀବ୍ର ପ୍ରତିକ୍ରିୟା

ମ. ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାର ଜୟପାଟଣା, ନର୍ଲାକୁ ଆଜି ସରକାର ଏନ୍ଏସି ଘୋଷଣା କରିବା ପରେ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆଗାମୀ ଦିନରେ ଦଳ ମତ ନିର୍ବିଶେଷରେ ମ.ରାମପୁରରେ ବନ୍ଦ ଡାକରା ସହ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଘୋଷଣା କରିଥିଲେ । ଏଥିରେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ଯୁବ ନେତା ବିକାଶ ରଞ୍ଜନ ସିଂହ ଦେଓ, ସତ୍ୟ ନାରାୟଣ ସାହୁ, ବ୍ୟବସାୟୀ ସଂଘ ସଭାପତି ପ୍ରଶାନ୍ତ ସାମନ୍ତରା, ବରିଷ୍ଠ ନାଗରିକ ଚମରା ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

jayashree
Leave A Reply

Your email address will not be published.