mahavir

କପିଲାଭଟାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ବରଗଛପଡା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଂଚାୟତର ସମିତି ସଭ୍ୟ କେଦାର ଭୋଇ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ବଲାଙ୍ଗିରର ସଂଗଠନ ସଂପାଦକ ହୁଲେଶ୍ୱର ହଂସ,ସମ୍ମାନୀୟ ଅତିଥି ଭାବେ ପୂର୍ବ ସମିତି ସଭ୍ୟ ମଧୁସୂଦନ ସାହୁ, ସମାଜସେବୀ ଭୂରିଶ୍ରବା ବିଶି, କ୍ରୀଡା ଶିକ୍ଷକ ନିଲମଣୀ ବିଶି, ପଙ୍କଜ ବିଶି, ନିର୍ଦ୍ଦୟ ବିଶି, ରଘୁନାଥ ବିଶି, ଡମ୍ବରୁ ହଂସ, ଭବସାଗର ବେହେରା, ସୁନିଲ କୁମାର ବିଶି, ଅଧିଷ୍ଠାତ୍ରୀ ଦେବୀ ମାଁ ସାହାଜୀକଟେନ ମନ୍ଦିର ପୂଜକ ଧନଞ୍ଜୟ ଜାନୀ, ମାଁ ସାହାଜୀ ଯୁବକ ସଂଘର ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ କେବଳ ଏକ ଉତ୍ସବ ନୁହେଁ ଏହା ପଶ୍ଚିମ ଓଡିଶାର ଆତ୍ମା ଓ ହୃଦ୍‌ସ୍ପନ୍ଦନ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଁ ସାହାଜୀ ଯୁବକ ସଂଘର ସଭାପତି ଜିତାମିତ୍ର ବିଶି ସଭା ସଂଯୋଜନା କରିଥିଲେ । ଏହି ଅବସରରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଜତ କୁମାର ବିଶି, ଜିତେନ୍ଦ୍ର ହଂସ, ରୋଷନ ବିଶି, ପିଙ୍କୁ ବିଶି, ଶୁଭାଶିଷ ବିଶି, ଆଶିଷ ବିଶି, ଦେବାଶିଷ ବିଶି, ଅଭିଷେକ ହଂସ, ଜିତ ବିଶି, ସମୀର ବିଶି, ବିକାଶ ହଂସଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ । ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.