ସ୍ୱରାଗିଣୀର ମାଖୁଦୁରୁକୁଣୀ ମେଲଣ ଆସନ୍ତା ୧ ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାମାନଙ୍କର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀ ଅନୁଷ୍ଠାନ ତରଫରୁ ମା ଖୁଦୁରୁକୁଣୀ ୨୦୨୫ ମେଲଣ ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଦିନ ସେକ୍ଟର ୩ ସ୍ଥିତ ରଥଖଳାଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ ରାଉରକେଲା କ୍ଲବ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ପ୍ରଫୁଲ୍ଲ କୁମାର ମଙ୍ଗଳ, ସଭାପତି ସାଗରିକା ସାହାଣୀ ଓ ସମ୍ପାଦିକା ମମତାଞ୍ଜଳୀ ଦାସ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୧ ତାରିଖ ଦିନ ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ରଥଖଳା ଠାରେ ଅନୁଷ୍ଠାନର ଚତୁର୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳଣରେ ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ମା ଖୁଦୁରୁକୁଣୀ ମୂର୍ତ୍ତିଙ୍କର ମେଲଣ କରାଯିବ । ଏଥିରେ ବିଜ୍ଞ ବିଚାରକ ମଣ୍ଡଳୀର ପରାମର୍ଶକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମୁର୍ତ୍ତୀଗୁଡିକୁ ପୁରସ୍କାର ପ୍ରଦାନ କରାଯିବା ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ପ୍ରତିଯୋଗିମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ସେହିପରି ସେହିଦିନ ସନ୍ଧ୍ୟାରେ ଓଡ଼ିଶାର ପ୍ରଖ୍ୟାତ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ ଏବଂ ମାନସୀ ପାଣିଗ୍ରାହୀ ସଂଗୀତ ପରିବେଷଣ କରିବେ । ଏହାସହ ଅନୁଷ୍ଠାନର ସମସ୍ତ ସଦସ୍ୟ ସଂଗୀତ ପରିବେଷଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପଲତା ବିଶ୍ୱାଳ, ଦିପ୍ତି ନାୟକ, ରଶ୍ମି ତରାଣୀ ନାୟକ, ସୁନିତା ବିଶ୍ୱଳ, ବିଷ୍ଣୁପ୍ରିୟା ସାହୁ, ବାସନ୍ତୀ ସେଠୀ, ରଞ୍ଜିତା ସାହୁ, ଛବିରାଣୀ ପାତ୍ର, ସୁଜାତା ଦାସ, ପ୍ରତିମା ବେହେରା, ସୋମା ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.