csstore

ପାଇକମାଲ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୂତନ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ବୁଧବାର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ୟ୍ୟକ୍ରମ ରେ ବରଗଡ ସାଂସଦ ଜନପ୍ରିୟ ନେତା ପ୍ରଦୀପ ପୁରୋହିତ ଅତିଥି ଭାବେ ଯୋଗ ଦେଇ ଗଣେଶ ପୁଜା ଅବସରରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏନେଇ ପଣ୍ଡିତ ପ୍ରେମାନନ୍ଦ ଦେବତା ପୁଜା ଅର୍ଚ୍ଚନା, ଧୂପ ଦୀପ, ନୈବେଦ୍ୟସହ ହୋମ କରିଥିବା ବେଳେ ସାଂସଦ ଶ୍ରୀ ପୁରୋହିତ ନଡ଼ିଆ ଭାଙ୍ଗି ପୂଜା କରିଥିଲେ । ଏଠାରେ ନିର୍ମିତ ହେବାକୁ ଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ପ୍ରାୟ ୧୬. ୭୦କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ବୋଲି ସାଂସଦ ଶ୍ରୀ ପୁରୋହିତ କହିବା ସହ ଏହା ତିନି ତଳ ବିଶିଷ୍ଟ କୋଠା ନିର୍ମାଣ ହେବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୁଏ, ଡାକ୍ତର ଶୁଭ୍ର ପ୍ରକାଶ ସେନାପତି, ଡାକ୍ତର ଅଭିଳାଷ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ସରପଞ୍ଚ ତୁଳାବତୀ ତାଣ୍ଡି, ସମିତି ସଭ୍ୟ ନିରୁପମା ନାଗ, ଗୋବର୍ଦ୍ଧନ ଅଗ୍ରୱାଲ, ରାଜ କିଶୋର ସାହୁଙ୍କ ସହ ଅନେକ ଜଣା ଶୁଣା ବରିଷ୍ଠ ନାଗରିକ, ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ର କର୍ମୀ, ସାମ୍ବାଦିକ, ତଥା ଜନସାଧାରଣ ଏକତ୍ରିତ ହୋଇଥିଲେ ।

jayashree
Leave A Reply

Your email address will not be published.