jayashree

ଏକ ଦିବସୀୟ ଶୃତି ନାଟ୍ୟ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ -ରାଉରକେଲା ଶାଖାର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ‘ଏକ ଦିବସୀୟ ଶୃତି ନାଟ୍ୟ ଉତ୍ସବ’ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ମୌସୁମୀ ରାୟ ତପୋଦାରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଭାଗ ନେଇ ରାଉରକେଲାର ତିତିଲି ଫାଉଣ୍ଡେସନର ସଭ୍ୟ ସଭ୍ୟାମାନେ ଓଡ଼ିଆ, ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ୬ଟି ଶୃତି ନାଟକ ପରିବେଷଣ କରିଥିଲେ । ଏଥିରେ ସାର୍ଥକ, ପ୍ରୟାସ ଓ ମେହେଫିଲର ସଦସ୍ୟମାନେ ସହଯୋଗ କରିଥିଲେ । ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରି ଓଡ଼ିଶାର ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱ ପ୍ରଫେସର ଡ଼ଃ ସମର ମୁଦାଲି, ରାଜୀବ ପାଣି, ଆଲୋକ ରଞ୍ଜନ ବୋଷ, ସାମାଜିକ କର୍ମୀ ପଶୁପତିନାଥ ଚାର୍ଟର୍ଜୀ ଏବଂ ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନର ବରିଷ୍ଠ ସଦସ୍ୟ ଆଲୋକ ବାନାର୍ଜୀ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଡଃ ମୁଦାଲି ତାଙ୍କ ବକ୍ତବ୍ୟରେ କହିଲେ ଯେ ଅଭିନୟ ୪ ପ୍ରକାର ଯଥା ଆଙ୍ଗିକ, ବାଚିକ, ହାର୍ଜ୍ୟ ଓ ସାତ୍ତ୍ୱିକ । ଶୃତି ନାଟକ ହେଉଛି ମୁଖ୍ୟତଃ ବାଚିକ । କଣ୍ଠସ୍ୱର ମାଧ୍ୟମରେ ଅଭିନୟ ପ୍ରଦର୍ଶନ କରିବା । ଏହା ପୁରୁଣା ହୋଇଥିଲେ ହେଁ ଓଡ଼ିଶାରେ ଏହା ଏତେଟା ପ୍ରଭାବଶାଳୀ ହୋଇପାରିନାହିଁ । ତେବେ ଅନୁଷ୍ଠାନର ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ । ଏଇ ଉତ୍ସବରେ ସମ୍ମେଳନର ରାଉରକେଲାର ସଭାପତି ଦିଲୀପ କୁମାର ଭୂଇଁ, ସମ୍ପାଦିକା ଶୁଚିସ୍ମିତା ବିଶ୍ୱାସ ପ୍ରମୁଖ ସହଯୋଗ କରିଥିଲେ । ଶୃତି ନାଟକରେ ପ୍ରଶାନ୍ତ କୁମାର ସୋମ, ପ୍ରଦୀପ କୁମାର ଦସ୍ତିଦାର, ପୂର୍ଣ୍ଣିମା ଦସ୍ତିଦାର, ଶୁକ୍ଲା ପାଲ, ମୌସୁମୀ ରାୟ ତପାଦାର, ଝୀଲମ ତପାଦାର, ପାପିୟା ମଜୁମଦାର, ଅନ୍ଵେଷା ସେନଗୁପ୍ତା, ରିଙ୍କୁ ଦାସ, ଜୟା ଜାନା, ରିୟା ଚକ୍ରବର୍ତ୍ତୀ, ପାର୍ଥ ଦାସ, ଦେବବ୍ରତ ଗାଙ୍ଗୁଲି, ମୈତ୍ରୀ ବାନାର୍ଜୀ, ଶର୍ମିଲା ଗାଙ୍ଗୁଲି, କୌଶିକ ବେରା, ଶୁଭ୍ରାଂଶୁ ଶେଖର ମିତ୍ର, ବିକାଶ ପାତ୍ର, ରତ୍ନା ବାନାର୍ଜୀ, ସୌରଭ ଚକ୍ରବର୍ତ୍ତୀ, ଅଞ୍ଜଳି ସିଂ, ଶୁଭମ ସା ଓ ପଲ୍ଲବ ଚାର୍ଟାର୍ଜୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.