ଗଞ୍ଜେଇ ଚାଲାଣ ବେଳେ କାର୍ ଜବତ, ଚାଳକ ଫେରାର୍

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହରେ ଏକ କାର୍ (ଓଡି ୩୩ଏଏଲ୍‌-୭୨୨୩)କୁ ସାଲେଭ-କୁଟାସିଂହା ରାସ୍ତାର ରେଳ ଫାଟକ ନିକଟରେ ପୁଲିସ ଜବତ କରିଛି । ବଲାଙ୍ଗିର -ବରଗଡ଼ ରାଜପଥରେ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ସୂଚନା ପାଇଥିଲା । ସାଲେଭଟା ଫାଣ୍ଡି ସମ୍ମୁଖରେ ପୁଲିସ ବ୍ୟାରିକେଡ଼ ଲଗାଇ ଗାଡ଼ି ତନଖି ଚାଲିଥିଲା । ଏକ କାର୍ ଦ୍ରୁତଗତିରେ ଆସି ପୁଲିସ ଯାଞ୍ଚ କରୁଥିବା ଦେଖି ସାଲେଭଟା – କୁଟାସିଂହା ରାସ୍ତାରେ ଚାଲିଯାଇଥିଲା। ଲୋଇସିଂହା ଓ ସାଲେଭଟା ପୁଲିସ ପିଛା କରି ରେଳ ଫାଟକ ନିକଟରେ ଗାଡ଼ିକୁ କାବୁ କରିଥିଲେ । ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ମାରିଥିଲା । ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜର କରାଯିବାରୁ ୨ କ୍ୱିଣ୍ଟାଲ ୧୪ କେଜି ରହିଥିବା ଆଇଆଇସି ଯାଜ୍ଞସେନୀ ନାୟକ ଓ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.