ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ସୁଶ୍ରୀ ପ୍ରୀତି ପ୍ରତିମା ସ୍ୱାଗତିକା ପାଲ ଆଜି ଡେ଼ଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଶ୍ରେଣୀ ପରିଦର୍ଶନ କରି କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ ସମ୍ପର୍କରେ ପଚାରି ବୁଝିଛନ୍ତି । ଶ୍ରେଣୀ ପ୍ରକୋଷ୍ଠରେ ଶିକ୍ଷୟିତ୍ରୀ ସତ୍ୟଭାମା ବେହେରା ଓ ରୋଜାଲିନ ମହାରଣାଙ୍କୁ ଶିଶୁ ବାଟିକା ପିଲାମାନଙ୍କୁ ଓ ୧ମରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ବହୁଶ୍ରେଣୀୟ ଶିକ୍ଷାଦାନ, ଉପଯୁକ୍ତ ଶିକ୍ଷଣ କୌଶଳ ଓ ଶିକ୍ଷଣ ସାମଗ୍ରୀର ବ୍ୟବହାର ଉପରେ ମଧ୍ୟ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । ଶିକ୍ଷୟିତ୍ରୀଙ୍କ ଉତ୍ତମ ଶ୍ରେଣୀ ପରିଚାଳନା, ଶୃଂଖଳା ଓ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଖାଇ ସେ ସନ୍ତୋଷ ଜନକ ଟିପ୍ପଣୀ ଦେଇଛନ୍ତି । ପରିଦର୍ଶନ ସମୟରେ ସିଆରସିସି ଲୋକନାଥ ପ୍ରଧାନ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ । ଆଉ କ’ଣ କଲେ ଶିକ୍ଷଣ ଆହୁରି ଅଧିକ ଆକର୍ଷଣୀୟ ହୋଇପାରିବ ସେ ସମ୍ବନ୍ଧୀୟ ଯଥା ଯଥ ସୂଚନା ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଗତ ସପ୍ତାହରେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଦ୍ୱିତିକାନ୍ତ ପ୍ରଧାନ ଓ ବିଇଓ ଶତୃଘ୍ନ ବେହେରା ବିଦ୍ୟାଳୟର ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ତୋଷ ବ୍ୟକ୍ତକରି ସୁନ୍ଦର ପରାମର୍ଶ କରିଥିଲେ ।