ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃରାଜ୍ୟ ସ୍ତରୀୟ ସି.ବି.ଏସ୍ .ଇ ଫୁଟବଲ୍ କ୍ଲଷ୍ଟର -୨ଖେଳ ପ୍ରତିଯୋଗିତାର ସେମିଫାଇନାଲ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃରାଜ୍ୟ ସ୍ତରୀୟ ଫୁଲବଲ୍ କ୍ଲଷ୍ଟର -୨ ଖେଳ ପ୍ରତିଯୋଗିତାର ପଞ୍ଚମ ଦିବସରେ ଖେଳାଳୀମାନଙ୍କର ସଙ୍ଘବଦ୍ଧତା ତଥା ଏକତାର ସହ ଚେଷ୍ଟା, ପ୍ରଚେଷ୍ଟା, ସାହସ ଏବଂ ଦୃଢ ମନୋବଳ ସହ ଅକ୍ଳାନ୍ତ ପରିଶ୍ରମ ବଳରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚି ଖେଳ ପ୍ରଦର୍ଶନ କରିଥିଲେ । (୧୪ ବର୍ଷରୁ କମ୍)
୧. ବ୍ରାଇଟେଣ୍ଡ ଇଣ୍ଟରନେସ୍‌ନାଲ୍ ସ୍କୁଲ୍, ରାଇପୁର ବିଜୟୀ (୨-୦) ଗୋଲରେ କିଟ୍ ଇଣ୍ଟରନେସନାଲ୍ ସ୍କୁଲ୍ ।
୨.ଓ.ଡ଼ି.ଏମ୍ ଗ୍ଲୋବାଲ୍ ସ୍କୁଲ୍, ଭୁବନେଶ୍ଵର ବିଜୟୀ(୬-୦) ଗୋଲ୍ ରେ ଏନ୍.ଏଚ୍ ଗୋଏଲ୍ ୱାର୍ଲଡ଼ ସ୍କୁଲ, ରାଇପୁର
୩.(୧୭ ବର୍ଷରୁ କମ୍ ) ବ୍ରହ୍ମବିଦ ଦି ଗ୍ଲୋବାଲ ସ୍କୁଲ୍ ବିଜୟୀ (୪-୨ )ଓ . ପି. ଜିନ୍ଦଲ ସ୍କୁଲ୍ ରାଇଗଡ
୪.(୧୯ ବର୍ଷରୁ କମ୍)ସେଣ୍ଟ ଏନି ଆର୍ ନର୍ଲଡ଼ ସ୍କୁଲ୍ ,ରାଉଲକେଲା ବିଜୟୀ(୨-୦)ବାଣୀ ମନ୍ଦିର ରେଲ୍ ୱେ ଏଚ୍.ଏସ୍ ସ୍କୁଲ୍
୫ . (୧୭ ବର୍ଷରୁ କମ୍)ଓ.ଡ଼ି.ଏମ୍ ଗ୍ଲୋବାଲ୍ ସ୍କୁଲ୍ ବିଜୟୀ ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍
୬.(୧୯ ବର୍ଷରୁ କମ୍)ଡ଼ାଫୋଡ଼ିଲ୍ସ ଇଂଲିଶ୍ ସ୍କୁଲ୍ ବିଜୟୀ (୧-୦) ଡି. ଏ.ଭି ପବ୍ଲିକ୍ ସ୍କୁଲ୍ ସିଲିଗୁଡି ।
ପଞ୍ଚମ ଦିନର ଖେଳାଳୀମାନଙ୍କର ସେମି ଫାଇନାଲ୍ ଖେଳ ମଧ୍ୟ ବେଶ୍ ଚିତ୍ତାକର୍ଷକ ଥିଲା । ଖେଳାଳୀମାନଙ୍କ ରୋମାଞ୍ଚକର ଖେଳ ଦର୍ଶକମାନେ ଉତ୍କଣ୍ଠା ଓ ଆନନ୍ଦର ସହିତ ଖେଳକୁ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.