ବିଶ୍ଵ ବରିଷ୍ଟ ନାଗରିକ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ, ଟିଟିଲାଗଡ ଦ୍ଵାରା ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ସଭାପତି ବୈରୀ ଗଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ବର୍ଷୀୟାନ ସଦସ୍ୟ (୮୦ ବର୍ଷ ତଥା ତତୁର୍ଦ୍ଧ୍ୱ) ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ଭାଷଣ ଉପ ସଭାପତି ଈଶ୍ୱର ଚନ୍ଦ୍ର ଜୈନ ଦେଇଥିବା ବେଳେ ମଞ୍ଚ ପରିଚାଳନା ସମ୍ପାଦକ ଭିକାରି ଚରଣ ମିଶ୍ର କରିଥିଲେ । ସଭାପତି ଶ୍ରୀଯୁକ୍ତ ମିଶ୍ର ଅଧ୍ୟକ୍ଷ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବତନ ସଭାପତି ଦ୍ୱୟ ସେବକ ଚରଣ ଦାସ ଓ ଡ. ଘନଶ୍ୟାମ ଜୈନଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ସଭ୍ୟମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉପ ସଭାପତି ଘିନୁ ଆଡଯୁଏଡ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.