ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (ଓଏସ୍ଏନ୍ଏଲଇଏ)ର ଆହ୍ୱାନକ୍ରମେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିବତଲାରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ଗତ ୧୬ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୦୮ରୁ ୨୦୧୮ ମଧ୍ୟରେ ସ୍କୁଲ ପରିଚାଳନା କମିଟୀ ଦ୍ୱାରା ନିଯୁକ୍ତ ହୋଇଥିବା ଜଣେ ଅଧ୍ୟାପିକା ଓ ୨ଜଣ କର୍ମଚାରୀ ଦୀର୍ଘ ୧୫ବର୍ଷ ହେଲା ବିନା ସରକାରୀ ବେତନରେ ଏହି ବିଦ୍ୟାଳୟରେ କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ରାଜ୍ୟରେ ଥିବା ଏବର୍ଗର ଅଧ୍ୟାପକ କର୍ମଚାରୀମାନଙ୍କୁ ଏମାନଙ୍କୁ ସରକାର ଅନୁଦାନ ଦେବାରେ ଟାଳଟୂଳନୀତି ଅବଲମ୍ବନ କରିଆସୁଥିବାରୁ ଶେଷରେ ବାଧ୍ୟ ହୋଇ ରାଜ୍ୟସଂଘର ଆହ୍ୱାନକ୍ରମେ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସବିତା ଦାଶ(ସମାଜ ବିଜ୍ଞାନ ବିଭାଗ),ଏଜୁକେସନ ଡେ଼ମୋଷ୍ଟ୍ରେଟର ହରି ମେହେର ଓ କନିଷ୍ଠ କିରାଣୀ ସୁଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ଦାବୀ ପୂରଣ ନ କଲାଯାଏ ଏ ଆନ୍ଦୋଳନ ଚାଳୁ ରହିବ ବୋଲି ଆନ୍ଦୋଳନକାରୀ ଅଧ୍ୟାପକ ଓ କର୍ମଚାରୀମାନେ ସୂଚନା ଦେଇଛନ୍ତି ।

Prev Post