ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଓ ଓଏସ୍ଏପି ବିଦ୍ୟାଳୟର ମିଳିତ ଆନୁକୂଲରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ମୌସୁମୀ ମିତ୍ରଙ୍କ ସଭାପତିତ୍ୱ, ପ୍ରତାପ କୁମାର ପ୍ରଧାନ ଓ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ଓ ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସଭାପତି ସ୍ୱାଗତ ଭାଷଣ ଦେଇ କହିଲେ, ଓଡ଼ିଶାର ବରପୁତ୍ର ମାନଙ୍କର ଜୟନ୍ତୀ ତିରୋଧାନ ଦିବସ ପାଳନ ହେଲେ ବିଦ୍ୟାଳୟରେ ପୂର୍ବ ସୁରୀମାନଙ୍କ ଜୀବନ ଦର୍ଶନ କଥା ଛାତ୍ରଛାତ୍ରୀ ଓଡ଼ିଶାର ଜ୍ଞାନଜଗତରେ ପ୍ରବେଶ କରି ପାରିବେ । ଗୋପିନାଥ ମହାନ୍ତିଙ୍କ ସାହିତ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟ। ଅନ୍ୟତମ ବକ୍ତା ଶିକ୍ଷୟତ୍ରୀ ସଙ୍ଗୀତା ରାଣୀ ବିଶ୍ୱାଳ କହିଲେ ଗୋପିନାଥ ମହାନ୍ତି ଓଡ଼ିଆ ଭାଷା ସାହିତ୍ୱର ବିକାଶ ଲକ୍ଷ୍ୟନେଇ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ଜଙ୍ଗଲର ଆଦିବାସୀଙ୍କ ଭାଷା ଓ ସଂସ୍କୃତି ଶିକ୍ଷାରୁ ଜନ୍ମ ନେଲା ପରଜା, ଅମୃତର ସନ୍ତାନ, ଦାଦିବୁଢ଼ା, ମାଟିମଟାଳ ଭଳି କାଳଜୟୀ ଉପନ୍ୟାସ । ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ତଥା ସମାଲୋଚକ ଆର୍ତ୍ତତ୍ରାଣ ମହାପାତ୍ର କହିଲେ ଗୋପିନାଥ ମହାନ୍ତିଙ୍କ ଭାଷାଥିଲା ସଂପୁର୍ଣ୍ଣ ମୌଳିକ, ସେ ତାଙ୍କ ଗଳ୍ପ ମାଧ୍ୟମରେ ବ୍ୟକ୍ତି କୈନ୍ଦ୍ରିକ ବିଚାର ଓ ସମାଜବାଦୀ ବିଚାର ମଧ୍ୟରେ ସମନ୍ୱିତ ଆଣିଥିଲେ । ଉପନ୍ୟାସ ମାନଙ୍କରେ ସମାଜର ଦଳିତ ଅବହେଳିତ ମଣିଷମାନଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ବାରିହୋଇ ପଡେ । ସେହିଭଳି ଭାବେ ଅତ୍ୟାଚାରୀମାନଙ୍କ ପ୍ରତି ତାଙ୍କର ଭର୍ତ୍ସନାପୁର୍ଣ୍ଣ ବ୍ୟଙ୍ଗ ଦେଖିବାକୁ ମିଳେ । ତାଙ୍କର ସାହିତ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ବୋଲି ମତ ରଖିଥିଲେ । ବରିଷ୍ଠ ଶିକ୍ଷକ ରବିନାରାୟଣ ପାତ୍ର ଧନ୍ୟବାଦ ଦେଇଥିଲାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ ସଂପର୍କିତ ବକ୍ତ୍ୟ ରଖି ପୁରସ୍କାର ଗ୍ରହଣ କରିଥିଲେ । ଧନଞ୍ଜୟ ମଲ୍ଲିକ ସଭା ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.